ଉପଜିଲ୍ଲାପାଳ ଙ୍କ ଦ୍ୱାରା ରେଗୁଲେସନ ୨/୫୬ କେଶ ର ଶୁଣାଣି ଅନୁଷ୍ଠିତ

ମାଲକାନଗିରି (୧୭/୦୩)ପ୍ରତୀକ ସମାଚାର -ଆଜି ମାଲକାନଗିରି ଜିଲ୍ଲା କାଲିମେଳା ତହସିଲ ରେ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଙ୍କ ଦ୍ୱାରା ରେଗୁଲେସନ ୨/୫୬ ର ଶୁଣାଣି ଅନୁଷ୍ଠିତ ହୋଇଯାଇଛି | ଏହି କେଶ ଆଗରୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହେଉଥିଲା |ଲୋକଙ୍କ ହିତ ଦୃଷ୍ଟି ରୁ ରାଜସ୍ବ ସେବା ଏବେ ଲୋକମାନଙ୍କ ପାଖରେ ପହଂଚି ପାରୁଛି | ଏହି ରେଗୁଲେସନ ର ତାତ୍ପର୍ଯ୍ୟ ଯେ ଆଦିବାସୀ ମାନଙ୍କ ଜମି ଯଦି ଅଣ ଆଦିବାସୀ ଙ୍କୁ ବିକ୍ରି କରାଯାଇଥାଏ ତେବେ ଆଦିବାସୀ ଙ୍କ ନାମରେ ପୁନଃରାୟ କରାଯାଇଥାଏ | ଏହି ନିୟମ ଦ୍ୱାରା କୌଣସି ବ୍ୟକ୍ତି ଆଦିବାସୀ ଙ୍କ ଜମିକୁ ଜବରଦଖଲ କରିପାରିବେ ନାହିଁ କି ଠକି ନେଇପାରିବେ ନାହିଁ | ଯାହାଦ୍ୱାରା ଆଦିବାସୀ ଲୋକ ଭୂମିହୀନ ରହିବେନି |ସରକାର ଙ୍କ ଏହି ନିତି ଦ୍ୱାରା ଆଦିବାସୀ ଲୋକଙ୍କ ସ୍ୱାର୍ଥ ହାନି ହେବନାହିଁ |ଏହିପରି କାଲିମେଳା ତହସିଲ ଅଧୀନରେ ପ୍ରାୟତଃ କାଙ୍ଗୁରୁକୋଣ୍ଡା ଏବଂ ବେଜାଙ୍ଗିୱାଡା ରାଜସ୍ବ ଅଧୀନରେ ୧୧ ଗୋଟି କେଶ ସମାଧାନ କରାଯାଇଛି |ଏହି ଶୁଣାଣି ରେ କାଲିମେଳା ତହସିଲଦାର ଡ଼ଃ. ରାମକୃଷ୍ଣ ସତ୍ୟରାଜ ଗୁରୁ,ଅତିରିକ୍ତ ତହସିଲଦାର ରାଜୀବ ବେହେରା,ଡେପୁଟି କଲେକ୍ଟର ଲିପି ଦାଶ,ସହାୟକ ଜିଲ୍ଲାପାଳ ହରପ୍ରସାଦ ମହାପାତ୍ର ଏବଂ ଅଜୟ ମଣ୍ଡାଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ |

Mar 17, 2026 - 18:17
Mar 17, 2026 - 19:39
 0  191
ଉପଜିଲ୍ଲାପାଳ ଙ୍କ ଦ୍ୱାରା ରେଗୁଲେସନ ୨/୫୬ କେଶ ର ଶୁଣାଣି ଅନୁଷ୍ଠିତ

What's Your Reaction?

Like Like 1
Dislike Dislike 1
Love Love 1
Funny Funny 0
Angry Angry 0
Sad Sad 0
Wow Wow 0