ମାଲକାନଗିରି ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟସ୍ (MUJ) ଓଡ଼ିଶାର ପ୍ରଥମ ଜିଲ୍ଲା ସାମ୍ବାଦିକ ସଂଘ ଭାବେ OUJର ଅନୁବନ୍ଧନ (Affiliation) ପ୍ରମାଣପତ୍ର ହାସଲ କରି ଏକ ଐତିହାସିକ ସଫଳତା ଅର୍ଜନ କରିଛି।
ମାଲକାନଗିରି (୦୨/୧୧)ପ୍ରତୀକ ସମାଚାର -ଭୁବନେଶ୍ୱରଠାରେ OUJର ସଭାପତି ତଥା ଭାରତୀୟ ପ୍ରେସ୍ ପରିଷଦର ସଦସ୍ୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମହାନ୍ତିଙ୍କଠାରୁ ଆପଣ ସମସ୍ତଙ୍କ ପକ୍ଷରୁ ଏହି ପ୍ରମାଣପତ୍ର ଗ୍ରହଣ କରିବାର ସୌଭାଗ୍ୟ ଆମକୁ ମିଳିଛି। ଏହି ଐତିହାସିକ ସଫଳତାର ଶ୍ରେୟ MUJର ପ୍ରତ୍ୟେକ ସଦସ୍ୟଙ୍କୁ ଯାଉଛି। ଆପଣମାନଙ୍କର ସହଯୋଗ, ନିଷ୍ଠା, ସମର୍ପଣ ଭାବନା ଓ ଏକତା ଯୋଗୁଁ ହିଁ ଏହି ସଫଳତା ସମ୍ଭବ ହୋଇପାରିଛି। ଆପଣମାନଙ୍କର ଆସ୍ଥା, ବିଶ୍ୱାସ ଓ ନିରନ୍ତର ସମର୍ଥନ ପାଇଁ ମୁଁ ପ୍ରତ୍ୟେକ ସଦସ୍ୟଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଏଥିସହିତ ଶ୍ରୀଯୁକ୍ତ ମହାନ୍ତି ଏବଂ OUJର ସମସ୍ତ ନେତୃତ୍ୱବୃନ୍ଦଙ୍କୁ ଆମର ଅନ୍ତରିକ କୃତଜ୍ଞତା ଓ ଧନ୍ୟବାଦ ଜଣାଉଛି। ଆସନ୍ତୁ, ଆମେ ସମସ୍ତେ ଏହି ଗୌରବମୟ ସଫଳତାକୁ ଏକତ୍ରିତ ଭାବେ ପାଳନ କରିବା ଏବଂ ସାମ୍ବାଦିକମାନଙ୍କର କଲ୍ୟାଣ, ନୈତିକ ସାମ୍ବାଦିକତା ଓ ଗଣମାଧ୍ୟମର ସ୍ୱାଧୀନତାର ସୁରକ୍ଷା ଦିଗରେ ଆହୁରି ନିଷ୍ଠାର ସହ କାର୍ଯ୍ୟ କରିବା। MUJ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଏହି ଗୌରବମୟ ଉପଲବ୍ଧି ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0