୧୭ ବର୍ଷର କମ୍ ଗ୍ରୀଷ୍ମ କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ।

ମାଲକାନଗିରି, ୨୫/୦୩)ପ୍ରତୀକ ସମାଚାର -ଆଜି ମାଲକାନଗିରି ଜିଲ୍ଲା ସଦରମହକୁମା ଦଣ୍ଡକାରଣ୍ୟ ଖେଳ ପଡ଼ିଆ ଠାରେ ୧୭ ବର୍ଷର କମ୍ ଗ୍ରୀଷ୍ମ କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଛି। ପ୍ରଥମେ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ଖେଳାଳି ମାନଙ୍କୁ ଡକାଯାଇଥିଲା। ଯେଉଁଥିରେ ମାଲକାନଗିରି , କାଲିମେଳା ପଡିଆ ବ୍ଲକର ଅନେକ ଖେଳାଳି ଅଂଶଗ୍ରହଣ କରିଥିଲେ । ସମସ୍ତ ଖେଳାଳିଙ୍କ ପ୍ରତିଭା ଦେଖିଥିଲେ ଚୟନ କର୍ତ୍ତା। ଖେଳାଳିଙ୍କ ପ୍ରତିଭା ଦେଖି ମାଲକାନଗିରି ଜିଲ୍ଲା କ୍ରିକେଟ ଆସୋସିଏସନର ଚୟନ କର୍ତ୍ତା ମାନେ ଉପସ୍ଥିତ ରହି ୫ଟି ଦଳରେ ବିଭକ୍ତ କରିଥିଲେ। ତେବେ ଆଜି ଠାରୁ ଏହି ଟୁର୍ଣ୍ଣାମେଣ୍ଟରେ ଶୁଭାରମ୍ଭ ହୋଇଯାଇଛି।ଏହି ଟୁର୍ଣ୍ଣାମେଣ୍ଟରେ ମୋଟ୍ ଦଳ ୫ଟି ଦଳ ଖେଳିବେ। ପ୍ରତେକ ଦଳ ରେ ୧୪ ଜଣ ପୁରୁଷ ଖେଳାଳି ଏବଂ ଜଣେ ମହିଳା ଖେଳାଳିଙ୍କୁ ରଖାଯାଇଛି । ଟୁର୍ନାମେଣ୍ଟ ଆଜି ଠାରୁ ୧୧ ଦିନ ଧରି ଚାଲିବ ଅର୍ଥାତ୍ ଆସନ୍ତା ଏପ୍ରିଲ ମାସ ୫ ତାରିଖରେ ଟୁର୍ନାମେଣ୍ଟ ର ନିର୍ଣ୍ଣାୟକ ଫାଇନାଲ ମ୍ୟାଚ ଖେଳାଯିବ। ଆଜି ପ୍ରଥମ ଦିନରେ ରେଡ୍ ବୁଲ୍ ଏବଂ ପିଙ୍କ ପ୍ୟାନ୍ଥର ମଧ୍ୟରେ ଖେଳାଯାଉଛି। ଜିଲ୍ଲା କ୍ରିକେଟ ଆସୋସିଏସନ ଗ୍ରୀଷ୍ମ କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟଜନ କରିଛନ୍ତି । ଜିଲ୍ଲା କିର୍କେଟ ଆସୋସିଏସନର ସଭାପତି ଏମ ଡି ଫାରୁକ, ସମ୍ପାଦକ ହୃଦାନନ୍ଦ ସାହୁ (ବାବୁଲା ସାହୁ ) ପୂର୍ବତନ ଭାରତୀୟ ପୁରୁଷ କିର୍କେଟ ଦଳର ମ୍ୟାନେଜର ସତ୍ ବୀର ସିଂ ରିଆର, (ପପୁଭାଇ ) ସହିତ ଓସିଏ ପ୍ୟାନେଲ ଅମ୍ପାୟାର ଆକାଶ ପ୍ରଧାନ, କୋଚ୍ ବିଶାଳ ମାଲାକାର, ପିଚ୍ କ୍ୟୁରେଟର ଜି. ରାମକୃଷ୍ଣ ରାଓ ସହିତ ମାଲକାନଗିରି ଜିଲ୍ଲା ଡିସିଏ ର ତମାମ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ତେବେ ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ଆଗାମୀ ଦିନରେ ଜିଲ୍ଲାରୁ ଭଳ ଖେଳୁଥିବା ଖେଳାଳିଙ୍କ ପ୍ରତିଭାବାନ ଖେଳାଳି ଜିଲ୍ଲା ସହିତ ରାଜ୍ୟ ସ୍ତରୀୟ କ୍ରିକେଟ ଖେଳୀ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହିତ ଭବିଷ୍ୟତକୁ ଆଗେଇବା ପାଇଁ ଜିଲ୍ଲା କ୍ରିକେଟ ଆସୋସିଏସନର ଏହି ପ୍ରୟାସ। ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଏହି ଖେଳାଳି ମାନଙ୍କ ପାଇଁ ଭଳ ଖେଳ ପଡ଼ିଆ ଟିଏ ନାହିଁ। ଯେଉଁଥିପାଇଁ ପ୍ରଧାନିଗୁଡ଼ା ନୂତନ କ୍ରିକେଟ ଏକାଡେମୀ ପରିସରରେ ଥିବା ଖେଳ ପଡ଼ିଆକୁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଯଥାଶୀଘ୍ର ନିର୍ମାଣ କରିବାକୁ ସାଧାରଣରେ ଦାବି ଜୋର ଧରିଛି।

Mar 25, 2026 - 14:58
 0  59
୧୭ ବର୍ଷର କମ୍ ଗ୍ରୀଷ୍ମ କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0