ଓଡ଼ିଶା ୟୁନିୟନ ଅଫ୍ ଜର୍ଣଲିଷ୍ଟସର ମାଲକାନଗିରି ଶାଖା ଏମ ୟୁ ଜି ର କର୍ମକର୍ତ୍ତା ଚୟନ।
ମାଲକାନଗିରି ୩୦/୧୦)ପ୍ରତୀକ ସମାଚାର - ଆଜି ଓଡିଶା ୟୁନିୟନ ଅଫ୍ ଜର୍ଣଲିଷ୍ଟସର ମାଲକାନଗିରି ଶାଖା ମାଲକାନଗିରି ୟୁନିୟନ ଅଫ୍ ଜର୍ଣାଲିଷ୍ଟସ (MUJ) କାର୍ଯ୍ୟାଳୟରେ ମାଲକାନଗିରି ଜିଲ୍ଲା ସଦରମହକୁମା ଏବଂ ସମସ୍ତ ବ୍ଲକରୁ ଆସିଥିବା ଏମ ୟୁ ଜେ ର ସଦସ୍ୟ ମାନଙ୍କୁ ନେଇ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଏବଂ ଏଥିସହିତ ସଂଘର ନୁତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ସଦସ୍ୟ ଏକମତ ହୋଇ ଦେବପ୍ରସାଦ ଦାଶଙ୍କୁ ପୁନର୍ବାର ଚତୁର୍ଥ ଥର ପାଇଁ ସଭାପତି ,ସତ୍ୟ ନାରାୟଣ ପଣ୍ଡାଙ୍କୁ ଉପ - ସଭାପତି, କାମରାଜ ଜେନାଙ୍କୁ ସମ୍ପାଦକ ଏବଂ ଭୋଳାନାଥ ମଲ୍ଲିକଙ୍କୁ କୋଷାଧ୍ୟକ୍ଷ ଭାବରେ ମନୋନୀତ କରିଥିଲେ। ଏଥିସହିତ ଶିବ ପ୍ରସାଦ ପ୍ରସାଦ କୀର୍ତ୍ତନିୟାଙ୍କୁ ମାଲକାନଗିରି ବ୍ଲକ ସଭାପତି , ଜୀବନ କୃଷ୍ଣ ଦାସଙ୍କୁ କାଳିମେଳା, ଲକ୍ଷ୍ମୀ କାନ୍ତ ତ୍ରିପାଠୀଙ୍କୁ ପଡ଼ିଆ, ହରିବନ୍ଧୁ ଗୋତମଙ୍କୁ ଚିତ୍ରକୋଣ୍ଡା ଏବଂ ରବିରଶ୍ମି ଗୁରୁଙ୍କୁ କୋରକୋଣ୍ଡା ବ୍ଲକର ସଭାପତି ଭାବରେ ମନୋନୀତ କରାଯାଇଥିଲା।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0