ଏମ ପି ଭି -୨୧ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଭିତ୍ତି ପ୍ରସ୍ତର ଅଭାବରୁ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ,କାଲିମେଳା ବି ଡି ଓ ଙ୍କ ପରିଦର୍ଶନ
ମାଲକାନଗିରି (୧୨/୦୮)ପ୍ରତୀକ ସମାଚାର -ବିଦ୍ୟାଳୟ ମାଳମାଳ, କିନ୍ତୁ ଭିତ୍ତିପ୍ରସ୍ତର ଅଭାବ ରୁ ବିଦ୍ୟାଳୟ ରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ଛାତ୍ର ଛାତ୍ରୀ ମାନେ ପ୍ରକାଶ କରିଛନ୍ତି | ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କାଲିମେଳା ବ୍ଲକ ଭେଜାଙ୍ଗୀୱାଡା ପଞ୍ଚାୟତ ର ଏମ ପି ଭି - ୨୧ ନଂ ସରକାରୀ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ ରେ | ଏଠି ୨୦୨୩ ମସିହା ରୁ +୨ କଳା ଶିକ୍ଷା ପାଇଁ ଛାତ୍ର ଛାତ୍ରୀ ନାମ ଲେଖାଉଛନ୍ତି କିନ୍ତୁ ସେମାନଙ୍କ ପାଇଁ ନାଅଛି ଶ୍ରେଣୀ ଗୃହ, ନା ପରିସ୍ରା ଗାର, ନା ପାଇଖାନା ନା ପାଣି ସୁବିଧା | +୨ପ୍ରଥମ ବର୍ଷ ରେ ବର୍ତ୍ତମାନ ୧୧୬ ଜଣ ଏବଂ ୨ ୟ ବର୍ଷ ରେ ୧୨୬ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ ରତ | ସେମାନେ ୨ ଚାରି ଦିନ ପୂର୍ବରୁ ଏହି ଅବ୍ୟବସ୍ଥା ବିଷୟରେ କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର କର ଙ୍କୁ ଭେଟି ଅବଗତ କରାଇଥିଲେ | ତେଣୁ ଆଜି ବି ଡି ଓ ଶ୍ରୀ କର ବିଦ୍ୟାଳୟ ପରିଦର୍ଶନ ରେ ଯାଇଥିଲେ | ସେଠି ଛାତ୍ର ଛାତ୍ରୀ ମାନଙ୍କ ସହ ମିଶି ସେମାନଙ୍କ ଅସୁବିଧା ବୁଝି ଯଥା ଶୀଘ୍ର ଏହି ସମସ୍ୟା ସମାଧାନ କରିବା ପାଇଁ ବ୍ଲକ ର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବ୍ରଜେଶ୍ୱର ଦାସ,ଜଳ ସମ୍ପଦ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପିଠା ସୋରେନ, ଏ ଇ ସୁକୁମାର ପ୍ରଧାନ, ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନିକ ହାଁସଦା ଙ୍କୁ ଯଥା ଶୀଘ୍ର ଏହି ସମସ୍ୟା ର ସମାଧାନ କରିବାପାଇଁ ନିର୍ଦେଶ ଦେଇଥିଲେ | ପିଲାମାନଙ୍କୁ ଯଥା ଶୀଘ୍ର ସେମାନଙ୍କ ପରିଚୟ ପତ୍ର ପ୍ରଦାନ କରିବା ପାଇଁ ପ୍ରଧାନ ଶିକ୍ଷକ ଶିବଶଙ୍କର ପରମାଣିକ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯାହାଦ୍ୱାରା ବସ ଭଡା ରୁ ଛାଡ ପାଇପାରିବେ | ପ୍ରକାଶ ଥାଉ କି ଉକ୍ତ ବିଦ୍ୟାଳୟ ରେ ସମୁଦାୟ ୪୫୯ ଜଣ ବୋଧ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଅଧ୍ୟୟନ ରତ କିନ୍ତୁ ୧୩ ଟା ଶ୍ରେଣୀ ଗୃହ ରହିବା ପରିବର୍ତ୍ତେ ୭ ଗୋଟି ଶ୍ରେଣୀ ଗୃହ ଅଛି, ଖେଳ ପଡିଆ ଛୋଟ ହେତୁ ପିଲାମାନେ ଖେଳିବା ପାଇଁ ଜାଗା ପାଇପାରୁନାହାନ୍ତି |୫ଟି ରେ ଯେଉଁ ପାଇଖାନା ଗୃହ ନିର୍ମାଣ ହୋଇଥିଲା ତାହା ପାଣି ଅଭାବ ରୁ ଅବ୍ୟବସ୍ଥା ରେ ପଡ଼ିରହିଛି ଏବଂ କବାଟ ଗୁଡିକ ସବୁ ଭାଙ୍ଗି ଯାଇଥିବା ପରିଲକ୍ଷିତ ହୋଇଛି | ୪୫୯ ଜଣ ପିଲା ମାନଙ୍କ ପାଇଁ ଛୋଟ ଛୋଟ ୨ ଗୋଟି ପାଣି ଫିଲଟର ଏବଂ ବଡ ୨ଗୋଟି ଫିଲଟର ରୁ ପାଣି ବାହାରୁ ନଥିବା ପରିଲକ୍ଷିତ ହୋଇଛି | ଭୋଜନାଳୟ ନଥିବାରୁ ବର୍ଷା ସମୟରେ ମଧ୍ୟାହ୍ନ ଭୋଜନ କରିବା ପାଇଁ ବାରଣ୍ଡା ରେ ଭୋଜନ କରୁଛନ୍ତି ବୋଲି ପିଲାମାନେ ପ୍ରକାଶ କରିଛନ୍ତି | ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ଉକ୍ତ ବିଦ୍ୟାଳୟ ର ଅସୁବିଧା ଗୁଡିକୁ ପୂରଣ କରିବା ପାଇଁ ଛାତ୍ର ଛାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ଅନୁରୋଧ କରିଛନ୍ତି |
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0