କାଲିମେଳା ପୋଲିସ ଦ୍ୱାରା ୩୭୫ କି ଗ୍ରା ଗଞ୍ଜେଇ ଜବତ, ୨ ଗିରଫ
କାଲିମେଳା ପୋଲିସ ଦ୍ୱାରା ୩୭୫ କି ଗ୍ରା ଗଞ୍ଜେଇ ଜବତ, ୨ ଗିରଫ ମାଲକାନଗିରି (୨୪/୦୨)ପ୍ରତୀକ ସମାଚାର - ଗତକାଲି ରାତିରେ କୌଣସି ସୂତ୍ରରୁ ଖବର ପାଇ କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଭୁ ଦତ୍ତ ବିଶ୍ୱାଳ ଙ୍କ ତତ୍ୱାବଧାନରେ ଏସ ଆଇ ବିଷ୍ଣୁ ପ୍ରସାଦ ଶବର ଙ୍କ ନେତୃତ୍ୱ ରେ ମାନ୍ୟମକୋଣ୍ଡା ପଞ୍ଚାୟତ ର ଗୁଣ୍ଠାବେଡା ଗ୍ରାମରେ ଚଢାଉ କରି ୩୭୫ କିଲୋଗ୍ରାମ ଗଂଜେଇ ଜବତ କରିବାରେ ସଫଳ ହୋଇଥିଲେ |ଏହି ଚାଲାଣ ରେ ସମ୍ପୃକ୍ତ ଘଷି ଗଲାରୀ ଏବଂ ମହାଦେବ ମାଝୀ ଙ୍କୁ ଗିରଫ କରାଯାଇଛି |ସେମାନଙ୍କୁ ଆଜି କାଲିମେଳା ଥାନା କେଶ ନମ୍ବର ୪୩/୨୬ ତା -୨୩/୦୨/୨୦୨୬ ଏବଂ ୟୁ /ଏସ ୨୦(b)(ii)(c) ଏନ ଡି ପି ଏସ ଆକ୍ଟ ୧୯୮୫ ଅନୁଯାଇ ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି |
What's Your Reaction?
Like
3
Dislike
0
Love
0
Funny
0
Angry
0
Sad
0
Wow
0