କାଲିମେଳା ରେ ଆଦିବାସୀ ଦାଦନ ଶ୍ରମିକ ର ମୃତ୍ୟୁ

କାଲିମେଳା (୨୭/୦୨)ପ୍ରତୀକ ସମାଚାର -ଆଜି କାଲିମେଳା ପଞ୍ଚାୟତ ଅମ୍ବାଗୁଡା ଗ୍ରାମର ଜଣେ ଆଦିବାସୀ ଦାଦନ ଶ୍ରମିକ ର ମୃତ ଦେହ ତାଙ୍କ ଘର ଆଗରୁ ମିଳିଛି |ପ୍ରକାଶ ଥାଉକି ପଦିଆ ମାଡି କିଛିଦିନ ତଳେ ଆନ୍ଧ୍ର ର ଏକ ବୋରୱେଲ ଗାଡିରେ କାମ କରିବା ଲାଗି ଯାଇଥିଲା, କିନ୍ତୁ ଆଜି ସକାଳୁ ତାର ମୃତ ଦେହ କୁ ଏକ ଗାଡିରେ ଆଣି ତାର ଘର ଆଗରେ ଫୋପାଡି ଦେଇ ହଟାତ ଚାଲି ଯାଇଥିଲା ବୋଲି ଘର ଲୋକ ପ୍ରକାଶ କରିଛନ୍ତି |ତାସହ ତାଙ୍କ ଗ୍ରାମର ଆଉ ୨ଜଣ କାମ କରିବା ପାଇଁ ଯାଇଥିଲେ, ତାଙ୍କ କହିବା ଅନୁଯାଇ କୌଣସି କାରଣ ରୁ ସେ ଗାଡ଼ିରୁ ହଟାତ ପଡିଯିବା ରୁ କିଛି ଲୁହା ରଡ ତାର ଦେହରେ ଗଳିଯାଇଛି ତେଣୁ ତାର ମୃତ୍ୟୁ ହୋଇଛି |ଘର ଲୋକେ ଯେଉଁ ଠିକାଦାର ପାଖରେ ରହି ପଦିଆ କାମ କରୁଥିଲା ତାକୁ ଯୋଗାଯୋଗ କରିବାରୁ ସେ ଫୋନ ଉଠାଉ ନାହିଁ |କାଲିମେଳା ପୋଲିସ ଅମ୍ବାଗୁଡା ରେ ପହଂଚି ଛାନଭିନ ଆରମ୍ଭ କରିଛି |ଶବ ବ୍ୟବଚ୍ଛେଦ ପରେ ଘଟଣା ର ସତ୍ୟତା ଜଣାପଡିବ ବୋଲି କାଲିମେଳା ପୋଲିସ ପ୍ରକାଶ କରିଛି |

Feb 27, 2026 - 14:48
Feb 27, 2026 - 14:54
 0  71

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0