କାଲିମେଳା ଲ୍ୟାମ୍ପ ପକ୍ଷରୁ ହୋଇଥିବା ପଶୁ ପକ୍ଷୀ ଖାଦ୍ୟ ବିକ୍ରୟ କେନ୍ଦ୍ର ଉଦ୍ଘାଟନ କଲେ ଜିଲ୍ଲାପାଳ
ମାଲକାନଗିରି (୨୮/୦୯)ପ୍ରତୀକ ସମାଚାର -ଆଜି ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ କାଲିମେଳା ଲ୍ୟାମ୍ପ ଦ୍ୱାରା ହୋଇଥିବା ପଶୁପକ୍ଷୀ ଖାଦ୍ୟ ବିକ୍ରୟ କେନ୍ଦ୍ରକୁ ନିଜ କରକମଳରେ ଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଛନ୍ତି |ଏହି କାର୍ଯ୍ୟକ୍ରମ ରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ପି.ଡି. ଡି ଆର ଡି ଏ ଦାଶରଥି ସରାବୁ, ଉପନିବନ୍ଧକ ସମବାୟ ସମିତି ସମୂହ ମାଲକାନଗିରି ଥିଅଫିଲ ଶବର ଏବଂ ଲ୍ୟାମ୍ପ ର ଏମ ଡି ଚନ୍ଦନ ମାଦଳା ଙ୍କ ସହ ତାଙ୍କର କର୍ମଚାରୀ ଙ୍କ ସମେତ ବହୁତ ଚାଷୀ ଉପସ୍ଥିତ ଥିଲେ | ଏହି ଖାଦ୍ୟ ବିକ୍ରୟ କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଲା ଚାଷୀ ମାନଙ୍କୁ ବଜାର ଦର ଠାରୁ ଉଚିତ ମୂଲ୍ୟରେ ମାଛ ଖାଦ୍ୟ, ପଶୁଖାଦ୍ୟ,କୁକୁଡ଼ା ଖାଦ୍ୟ ଯୋଗାଇଦେବା | ଏହି କେନ୍ଦ୍ର ଖୋଲିବା ପରେ ବହୁଚାଷି ଖିସି ବ୍ୟକ୍ତ କରିଛନ୍ତି |
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
0
Wow
0