ଗୋଷ୍ଠୀ ଶିକ୍ଷାଅଧିକାରୀ ଙ୍କ ଆଦେଶନାମାକୁ ଶିକ୍ଷୟତ୍ରୀ ଙ୍କ ବେଖାତିର, ବିଦ୍ୟାଳୟ ରେ ଅଚଳା ବସ୍ଥା ଜାରି
ମାଲକାନଗିରି (୨୦/୦୩)ପ୍ରତୀକ ସମାଚାର -ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଭେଙ୍କଟପାଲମ ପଞ୍ଚାୟତ ମାଙ୍ଗିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଦାୟିତ୍ୱ କୁ ନେଇ ବିବାଦ ଦେଖା ଦେଇଛି | ଖବର ନେବାରୁ ଜଣାପଡିଛି ପୂର୍ବରୁ ପ୍ରଭାତୀ ଶିକଦାର ମାଙ୍ଗିପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସହକାରୀ ଶିକ୍ଷୟିତ୍ରୀ ଭି -ଏ ଗ୍ରେଡ ରେ ଅବସ୍ଥିତ ଥିବାବେଳେ +୨ ସି ଟି ଭାବେ ଶିକ୍ଷା ଗତ ଯୋଗ୍ୟତା ରହିଛି | ସିନିଅର ଶିକ୍ଷକ ନଥିବା ବେଳେ ସେ ଉକ୍ତ ବିଦ୍ୟାଳୟ ରେ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ କିନ୍ତୁ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଅନୁମୋଦନ କ୍ରମେ କାଲିମେଳା ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିଠି ନମ୍ବର -୪୬୦/୨୬ ଦିନାଙ୍କ ୦୯/୦୨/୨୦୨୬ ରେ ବରିଷ୍ଠ ଶିକ୍ଷକ ମନୋଜ କୁମାର ନାୟକ ଙ୍କୁ ମାନ୍ୟମକୋଣ୍ଡା ଅପଗ୍ରେଡ ଉଚ୍ଚ ବିଦ୍ୟାଳୟ ରୁ ବଦଳି କରି ମାଙ୍ଗିପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ନିଯୁକ୍ତି ଦେବା ସହ ପ୍ରଧାନ ଶିକ୍ଷକ ଦାୟିତ୍ୱ ହସ୍ତାନ୍ତର ପାଇଁ ପ୍ରଭାତୀ ଶିକଦାର ଙ୍କୁ ଆଦେଶନାମା ଜାରି କରିଥିଲେ | ତେବେ ଏହି ଆଦେଶ ନାମକୁ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅବମାନନା କରିବା ସହ ନିର୍ଦେଶ ନାମା କୁ ବେଖାତିର କରି ଦାୟିତ୍ୱ ହସ୍ତାନ୍ତର ନ କରି ସବୁ ଆଇନି କାନୁନକୁ ଫୁ କରିଦେଇଛନ୍ତି | ଘଟଣା ର ଏକ ମାସ ପରେ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରୁ ଉକ୍ତ ଶିକ୍ଷୟିତ୍ରୀ ଙ୍କୁ ୭୧୪/୨୬ ଦିନାଙ୍କ ୦୮/୦୩/୨୦୨୬ ରେ କୈଫତ ତଲବ କରାଯାଇଛି | କୈଫତ ତଲବ ପରେବି ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ ଆଦେଶ ନାମା କୁ ଫୁକରି ଅଦ୍ୟାବଧି ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ୱ ମାଡିବସିବା, ଦୁଇ ଛାତ୍ରା ବାସ ୨୨୦ ଛାତ୍ର ଛାତ୍ରୀ ଙ୍କ ତଥା ବିଦ୍ୟାଳୟ ର ଅର୍ଥ ନୈତିକ ନେଣ ଦେଣ ବନ୍ଦ କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ୟାଙ୍କ ରୁ ଟଙ୍କା ନଉଠାଇ ପାରିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ଜଣାଇଥିଲେ, ହେଲେ ବର୍ତମାନ ର ପ୍ରଧାନ ଶିକ୍ଷୟିତ୍ରୀ ସବୁ ନିୟମ କୁ ଦଳି ଚକଟି ବିଦ୍ୟାଳୟ କୁ ମନମାନି ମନମୁଖୀ ରେ ଟଙ୍କା ଉଠାଇ ବିଦ୍ୟାଳୟ ର ସମସ୍ତ କାର୍ଯ୍ୟ ଚଳାଉଛନ୍ତି | ଏ ସଂକ୍ରାନ୍ତ ରେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି ଗଣମାଧ୍ୟମ କୁ କହିଛନ୍ତି ଆମେ ଜଣେ ଦକ୍ଷ, ସଂଗଠକ ଓ ବରିଷ୍ଠ ଶିକ୍ଷକ ଙ୍କୁ ପ୍ରଧାନ ଶିକ୍ଷକ ଦାୟିତ୍ୱ ଦେବା ପାଇଁ ପ୍ରଶାସନ କୁ ଅନୁରୋଧ କରିଥିଲୁ, ପ୍ରଶାସନ ମଧ୍ୟ ବରିଷ୍ଠ ଶିକ୍ଷକ ଙ୍କୁ ନିଯୁକ୍ତି ଦେଲେ, ହେଲେ ଦିଦି ଦାୟିତ୍ୱ ଦେବାକୁ ନାରାଜ | ଏହା ଫଳରେ ବିଦ୍ୟାଳୟ ରେ ଶିକ୍ଷା, ଆଇନି ଶୃଙ୍ଖଳା ଓ ଵିଧି ବ୍ୟବସ୍ଥା ଭୁଶୁଡି ପଡିଛି | ଏହାଦ୍ୱାରା ଛୋଟ ଛୋଟ ପିଲାଙ୍କ ଉପରେ ଶିକ୍ଷା ବ୍ୟବସ୍ଥା ରେ ଘୋର ଅବନୀତି ଘଟିଛି | ମଧ୍ୟାହ୍ନ ଭୋଜନ ଏବଂ ହଷ୍ଟେଲ ରେ ଖାଦ୍ୟ ବ୍ୟବସ୍ଥା ନିମ୍ନ ମାନର ରହିଛି ବୋଲି ସେ ଅଭିଯୋଗ କରିଛନ୍ତି | ଏ ସଂକ୍ରାନ୍ତ ରେ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ଶିକଦାର ଙ୍କୁ ପଚାରି ବାରୁ ସେ କହିଲେ ବିଦ୍ୟାଳୟ ରେ ସବୁ ଠିକ ଠାକ ଚାଲିଛି ଅଯଥାରେ ଶିକ୍ଷା ଅଧିକାରୀ ବିଦ୍ୟାଳୟ ଉପରେ ଅଯଥା ହସ୍ତକ୍ଷେପ କରି ବିଦ୍ୟାଳୟ ର ବ୍ୟବସ୍ଥା କୁ ନଷ୍ଟ କରୁଛନ୍ତି | ଦାୟିତ୍ୱ କାହିଁକି ଦେଉନାହାନ୍ତି ବୋଲି ପଚାରିବାରୁ ମୋର କିଛି କାଗଜ ପତ୍ର କାମ ବାକିଅଛି କାଗଜପତ୍ର କାମ ସାରିଲେ ମୁଁ ଦାୟିତ୍ୱ ହସ୍ତାନ୍ତର କରିବି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି | ତେବେ ଜିଲ୍ଲା ଏବଂ ବ୍ଲକ ରେ ଫେବୃଆରୀ ମାସରେ ଅନେକ ଶିକ୍ଷକ ବଦଳି ହୋଇ ନିଜ ନିଜ କର୍ମ ସ୍ଥାନ ରେ ଯୋଗ ଦେଇ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ମାଙ୍ଗୀପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବ୍ୟତିକ୍ରମ ଦେଖା ଦେଇଛି | ତେବେ ଦେଖିବାକୁ ବାକି ରହିଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ର ବିବାଦ କେବେ ସମାଧାନ ହେବ |
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
0
Wow
0