ଗୌଡ଼ ସମାଜ ମାଲକାନଗିରି ଜିଲ୍ଲାର ସମୀକ୍ଷା ବୈଠକ ଓ ସାଧାରଣ ସଭା ଅନୁଷ୍ଠିତ

ମାଲକାନଗିରି (୧୧/୧୦)ପ୍ରତୀକ ସମାଚାର -, ମାଲକାନଗିରି ଜିଲ୍ଲା ଗତ ୦୬ ଅକ୍ଟୋବର ୨୦୨୬ ତାରିଖରେ ମାଲକାନଗିରି ଜିଲ୍ଲାରେ ରାଲି ହୋଇଥିବା ହେତୁ ତାର୍ଲାକଟା ଗ୍ରାମଠାରେ ଗୌଡ଼ ସମାଜର ସମୀକ୍ଷା ଏବଂ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମାଜର ଉପଦେଷ୍ଟା ନରସିଂହ ପୂଜାରୀ, ଜିଲ୍ଲା ସଭାପତି ମଙ୍ଗରାଜ ହନ୍ତାଳ, ଉପସଭାପତି ଲକ୍ଷ୍ମଣ ଗୌଡ଼ ଓ ତ୍ରିନାଥ ଗୌଡ଼, ଜିଲ୍ଲା ସମ୍ପାଦକ ସଦାଶିବ ହନ୍ତାଳ ଓ ଉପସଭାପତି ରାମଦେବ କସରିଆ, ସୁଭାଷ ଗୌଡ଼, ବିଭିନ୍ନ ବ୍ଲକର ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହିତ ବିଭିନ୍ନ ଗ୍ରାମରୁ ଆସିଥିବା ସମାଜର ସଦସ୍ୟମାନେ ଯୋଗଦେଇଥିଲେ। ବୈଠକରେ ପୂର୍ବରୁ ଅନୁଷ୍ଠିତ ରାଲିର ସଫଳତା ଓ ଅନୁଭୂତି ସମ୍ପର୍କରେ ସମୀକ୍ଷା କରାଯିବା ସହିତ ମାଲକାନଗିରି ଜିଲ୍ଲାରେ ଗୌଡ଼ ସମାଜକୁ କିପରି ଆହୁରି ସୁଦୃଢ଼, ସଂଗଠିତ ଓ ଏକତାବଦ୍ଧ କରାଯାଇପାରିବ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ସମାଜର ସାମୂହିକ ଉନ୍ନତି, ଯୁବପିଢ଼ିଙ୍କୁ ସଂଗଠନ ସହିତ ଯୋଡ଼ିବା, ଗ୍ରାମ ଓ ବ୍ଲକ ସ୍ତରରେ ସଂଗଠନକୁ ମଜବୁତ କରିବା, ସମାଜର ସମସ୍ୟାଗୁଡ଼ିକୁ ଚିହ୍ନଟ କରି ସମାଧାନର ପଥ ଖୋଜିବା ଏବଂ ଭବିଷ୍ୟତରେ ସମାଜର ଉନ୍ନତି ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ନିଜ ନିଜ ମତାମତ ରଖିବା ସହିତ ଗୌଡ଼ ସମାଜର ସର୍ବାଙ୍ଗୀଣ ବିକାଶ ଓ ସଂଗଠନର ଭବିଷ୍ୟତ ଉନ୍ନତି ପାଇଁ ଏକତା, ସହଯୋଗ ଓ ସମନ୍ୱୟର ସହିତ କାର୍ଯ୍ୟ କରିବାକୁ ମତ ପ୍ରକାଶ କରିଥିଲେ। ଏକତା ହିଁ ଆମର ଶକ୍ତି, ସଂଗଠନ ହିଁ ଆମର ପରିଚୟ। ଗୌଡ଼ ସମାଜର ଉନ୍ନତି ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆମେ ସମସ୍ତେ ଏକାଠି ହୋଇ ଆଗକୁ ବଢ଼ିବା।

Oct 11, 2026 - 21:31
 0  51
ଗୌଡ଼ ସମାଜ ମାଲକାନଗିରି ଜିଲ୍ଲାର ସମୀକ୍ଷା ବୈଠକ ଓ ସାଧାରଣ ସଭା ଅନୁଷ୍ଠିତ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0