ପ୍ରେମିକା କୁ ପାଇବା ପାଇଁ ଶିଶୁପୁତ୍ର ଚୋରୀ କରି ଧରା ପଡିଲା ଅଭି ଯୁକ୍ତ
ମାଲକାନଗିରି (୧୧/୦୫)ପ୍ରତୀକ ସମାଚାର -ପ୍ରେମିକା କୁ ପାଇବା ପାଇଁ ଶିଶୁପତ୍ର ଚୋରି ଅଭିଯୋଗ | ଅନ୍ୟ ପକ୍ଷରେ ପିଲା ଚୋର କୁ ଖୁଣ୍ଟ ରେ ବାନ୍ଧି ପୁଲିସ ଜିମା ଦେଲେ ଗାଁ ଲୋକ | ଏପରି ଏକ ଘଟଣା ଘଟିଛି ମୋଟୁ ଥାନା ଅନ୍ତର୍ଗତ ଏମଭି 114 ଗ୍ରାମରେ | ଖବର ପାଇ ଆଜି ସକାଳୁ ମୋଟୁ ପୁଲିସ ଘଟଣା ସ୍ଥଳ ରେ ପହଁଚି ଅଭିଯୁକ୍ତ ଯୁବକ କୁ ଉଦ୍ଧାର କରି ଥାନା କୁ ନେଇଯାଇଥିବାର ସୂଚନା ମିକିଛି | ମିଳିଥିବା ସୂଚନା ଅନୁସାରେ ଏମଭି 60 ଗ୍ରାମର ସୁବ୍ରତ ମଣ୍ଡଳ ନାମକ ଅଭିଯୁକ୍ତ ଯୁବକ ଜଣଙ୍କ ଏମଭି 114 ଗ୍ରାମର ଜଣେ ମହିଳାଙ୍କୁ ଭଲ ପାଉଥିଲା | ମହିଳା ଓ ଅଭିଯୁକ୍ତ ଜଣଙ୍କ ଆନ୍ଧ୍ର ରେ କାମ କରୁଥିବା ସମୟରେ ଉଭୟ ଙ୍କ ମଧ୍ୟରେ ପ୍ରେମ ହୋଇଥିଲା | ତେବେ କିଛି ଦିନ ହେଲା ମହିଳା ଜଣଙ୍କ ନିଜ ଗ୍ରାମ ଏମଭି 114 କୁ ଚାଲି ଆସିଥିଲେ | ଯୁବକ ସହିତ ଆଉ ଯୋଗାଯୋଗ ରେ ନ ଥିଲେ | ତେବେ ମହିଳା ଙ୍କ ପୁଅକୁ ଅପହରଣ କରି ନେଇଗଲେ ମହିଳା ଜଣଙ୍କ ଆପେ ଆପେ ତାଙ୍କ ପାଖକୁ ଆସିଯିବ ଭାବି ଆଜି ଭୋର ସମୟରେ ଅଭିଯୁକ୍ତ ଯୁବକ ଏମଭି 114 ଗ୍ରାମକୁ ଆସି ମହିଳା ଙ୍କ ଶିଶୁ ପୁତ୍ର ବଦଳରେ ପଡୋଶୀ ଘର ର ଜଣେ 5 ବର୍ଷ ର ଶିଶୁ ପୁତ୍ର କୁ ଅପହରଣ କରି ନେଇଯାଇଥଲା | ତେବେ ଗ୍ରାମବାସୀ ଏହା ଜାଣି ପାରି ଚୋର ର ପିଛା କରି ଗାଁ ନିକଟରୁ ଶିଶୁ ପୁତ୍ର ଟିକୁ ଉଦ୍ଧାର କରିବା ସହ ଅଭିଯୁକ୍ତ କୁ ବାନ୍ଧି ପୋଲିସ କୁ ଖବର ଦେଇଥିଲେ |
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0