ମାଲକାନଗିରି ରେ ସହୀଦ ଲକ୍ଷ୍ମଣ ନାଏକଙ୍କ ସ୍ମୃତି ମନ୍ଦିର ଉଦଘାଟିତ
ମାଲକାନଗିରି (୯/୦୫/୨୬)ପ୍ରତୀକ ସମାଚାର -
ଆଜି ମାଲକାନଗିରି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମାଥିଲି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ, ଓଡ଼ିଶାର ବିଖ୍ୟାତ ସମାଜ ସଂସ୍କାରକ,ବିଶ୍ବ ପ୍ରେମୀ ପଦ୍ମଶ୍ରୀ ବଳିଆ ବାବାଙ୍କ ମାର୍ଗ ଦର୍ଶନରେ ମାଲକାନଗିରି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନଙ୍କ କରକମଳରେ, ମାଲକାନଗିରି ମାଟିର ଅମର ସନ୍ତାନ ସହୀଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତି ମନ୍ଦିର ଉଦଘାଟିତ ହୋଇଯାଇଛି। ଏହି ଅନୁଷ୍ଠାନରେ ବାବା ବଳିଆ ଆଭାସୀ ମାଧ୍ୟମରେ ଓଡ଼ିଶା ବାସୀଙ୍କୁ ସହୀଦ ଲକ୍ଷ୍ମଣ ନାୟକଙ୍କ ସାହସିକତା, ଦେଶପ୍ରେମ, ତ୍ୟାଗ ଓ ସମର୍ପଣ ମନୋଭାବ ଠାରୁ ପ୍ରେରଣା ଲାଭ କରି, ଓଡ଼ିଶା ତଥା ଭାରତର ଉନ୍ନତି ନିମନ୍ତେ ନିଜକୁ ସମର୍ପିତ କରିବା ପାଇଁ ଉଦବୋଧନ ଦେଇଥିଲେ। ସେ ଆହୁରି କହିଥିଲେ ଯେ ଦେଶମାତୃକା ପାଇଁ ପ୍ରାଣବଳୀ ଦେଇଥିବା ଏହି ପରି ଅମର ସନ୍ତାନ ମାନଙ୍କ ପାଇଁ ମନ୍ଦିର ତୋଳି, ନିୟମିତ ପୂଜାର୍ଚ୍ଚନା କରିବା ସହିତ,ଦେଶ ପାଇଁ ସେମାନଙ୍କ ଅବଦାନ ଗୁଡ଼ିକ ମନେ ରଖି ସେଥିରେ ସମସ୍ତଙ୍କୁ ଉଦବୁଦ୍ଧ କରିବା ହିଁ ସେମାନଙ୍କ ପାଇଁ ପ୍ରକୃତ ସମ୍ମାନ ପ୍ରଦର୍ଶନ କୁହାଯାଇପାରିବ। ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ସହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନୀ ଓ କର୍ମକାଣ୍ଡ ଉପରେ ଆଲୋକପାତ କରିଥିଲେ ଓ ମାଲକାନଗିରି ପରି ଦୁର୍ଗମ ଅଞ୍ଚଳରେ ଏମିତି ଜଣେ ମହାପୁରୁଷ ଜନ୍ମ ଗ୍ରହଣ କରିଥିବା କୌଣସି ଆଶ୍ଚର୍ଯ୍ୟ ଘଟଣା ଠାରୁ କମ୍ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ ! ଓଡ଼ିଶା ୟୁନିୟନ ଅଫ୍ ଜର୍ଣଲିଷ୍ଟସର ର ସମ୍ପାଦକ ଦେବ ପ୍ରସାଦ ଦାସ ମଧ୍ୟ ସହୀଦ ଲକ୍ଷ୍ମଣ ନାୟକଙ୍କ ମାଥିଲି ଥାନା ଅବରୋଧ ଓ ଗୁଳିକାଣ୍ଡ ବିଷୟରେ ଆଲୋକପାତ କରିଥିଲେ ଓ ତାଙ୍କ ପାଇଁ ଆମେ ଓଡ଼ିଶା ବାସୀ ଧନ୍ୟ ବୋଲି କହିଥିଲେ। ଏହି ଅନୁଷ୍ଠାନରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ଜେନା, ସତ୍ୟନାରାୟଣ କଲେଜର ଅଧ୍ୟକ୍ଷ ସଞ୍ଜୀବ କୁମାର ପାଣିଗ୍ରାହୀ ଓ ଏମ ୟୁ ଜେ ର ମାଲକାନଗିରି ବ୍ଲକ ସଭାପତି ଶିବ ପ୍ରସାଦ କୀର୍ତ୍ତନିୟା, ସାମ୍ବାଦିକ ମାନସ ରଞ୍ଜନ ନେତମ, ବିକ୍ରମ କେଶରୀ ପାଢ଼ୀ, ଗୋବିନ୍ଦ ମଣ୍ଡଲ ଓ ପ୍ରକାଶ ପଟ୍ଟନାୟକଙ୍କ ସହିତ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0