କାଲିମେଳା ପୋଲିସ ଦ୍ୱାରା ୨୨ କେଜି ଗଞ୍ଜେଇ ଜବତ, ୨ ବେପାରୀ ଗିରଫ
ମାଲକାନଗିରି (୧୫/୦୩)ପ୍ରତୀକ ସମାଚାର -ଆଜି ସନ୍ଧ୍ୟା ସମୟରେ ମାଲକାନଗିରି ଜିଲ୍ଲା କାଲିମେଳା ପଞ୍ଚାୟତ ର ଏମ ଭି -୯୦ ଗ୍ରାମ ଗୋବଲୁର ନଦୀ ନିକଟରେ କାଲିମେଳା ପୋଲିସ ଦ୍ୱାରା ବ୍ୟାଗ ରେ ଗଂଜେଇ ଚାଲାଣ କରୁଥିବା ଦୁଇ ଜଣ ଯୁବକ କୁ ଗିରଫ କରାଯାଇଛି | ତାଙ୍କ ପାଖରୁ ୨୨ କିଲୋଗ୍ରାମ ଗଂଜେଇ ଜବତ କରାଯାଇଛି ତା ସହ ୨ଗୋଟି ମୋବାଇଲ, ଏବଂ ୧ ଗୋଟି ଜିକସର ମୋଟର ସାଇକେଲ ମଧ୍ୟ ଜବତ କରାଯାଇଛି | ୨ଜଣ ବ୍ୟକ୍ତି ହେଲେ ଆନ୍ଧ୍ର ପ୍ରଦେଶ ରାଜ୍ୟ ଆନମୟ ଜିଲ୍ଲା ମଦୁରୁବାରପାଲି ଗ୍ରାମର କେ. ଶିବ ପ୍ରସାଦ ଏବଂ ଏ. ଲଷ୍ମୀପତି | ଏମାନଙ୍କୁ ଏନ ଡି ପି ଏସ ମାମଲା ରୁଜୁ କରାଯାଇ ଆହୁରି ତନାଘନା ଚାଲିଛି |
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0