ବସ୍ତ୍ର ଉପହାର କେନ୍ଦ୍ରରେ କାଲିମେଳା ବି ଡି ଓ ଙ୍କ ଦ୍ୱାରା ବସ୍ତ୍ର ପ୍ରଦାନ |

ମାଲକାନଗିରି (୩୦/୦୮)ପ୍ରତୀକ ସମାଚାର -ମାଲକାନଗିରି ପ୍ରଶାସନ ଦ୍ୱାରା ଅଗଷ୍ଟ ୧୫ ତାରିଖ ଦିନ ବସ୍ତ୍ର ଉପହାର କେନ୍ଦ୍ର ଡି ଆର ଡି ଏ କେନ୍ଦ୍ର ପରିସରରେ ଉଦ୍ଘାଟନ ହୋଇଅଛି | ଏହାର ମୂଳ ଲକ୍ଷ ହେଉଛି ଯେଉଁ ଗରିବ, ଦୁଃଖୀ ନିଜ ପାଇଁ ବସ୍ତ୍ର କିଣି ପାରୁ ନାହାନ୍ତି ସେମାନେ ଏହି କେନ୍ଦ୍ର କୁ ଯାଇ ନିଜର ଆଧାର ପରଚୟ ପ୍ରଦାନ କରି ସେଠାରୁ ଯେ କୌଣସି ପୋଷାକ ଆଣି ପିନ୍ଧି ପାରିବେ |ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନ ରେ କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ବ୍ଲକ ର ସମସ୍ତ କର୍ମଚାରୀ ଉକ୍ତ କେନ୍ଦ୍ରକୁ ଯାଇ ୬୦୦ ରୁ ଉର୍ଦ୍ଧ ପୋଷାକ ପ୍ରଦାନ କରିଥିଲେ | ଶ୍ରୀ କର ଙ୍କ କହିବା କଥା "ଏହା ହେଉଛି ମାଲକାନଗିରି ପ୍ରଶାସନ ର ଦିନ ଦୁଃଖୀ ଙ୍କ ପାଇଁ ଏକ ମହତ ଉଦ୍ଦେଶ୍ୟ ତେଣୁ ଆମେ ସମସ୍ତେ ବସ୍ତ୍ର ଉପହାର କରି ଏହି ମହତ ଉଦ୍ଦେଶ୍ୟ କୁ ସାଫଲ୍ୟ ମଣ୍ଡିତ କରିବା ହେବ ବୋଲି ପ୍ରକାଶ କରିଛନ୍ତି " | ଏହି କାର୍ଯ୍ୟ ପାଇଁ କାଲିମେଳା ବି ଡି ଓ ଏବଂ ତାଙ୍କ କର୍ମଚାରୀ ମାନଙ୍କୁ ନିକଟସ୍ଥ ବୁଦ୍ଧିଜୀବୀ ସାଧୁବାଦ ଜଣାଇଛନ୍ତି |

Aug 31, 2026 - 16:13
 0  180
ବସ୍ତ୍ର ଉପହାର କେନ୍ଦ୍ରରେ କାଲିମେଳା ବି ଡି ଓ ଙ୍କ ଦ୍ୱାରା ବସ୍ତ୍ର ପ୍ରଦାନ |

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0