ବାଲିମେଳା ପାୱାର ପ୍ରୋଜେକ୍ଟରେ ଶ୍ରମିକ ଦିବସ ପାଳିତ
ମାଲକାନଗିରି (୨/୫)ପ୍ରତୀକ ସମାଚାର -
ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରର ବାଲିମେଳା ପାୱାର ପ୍ରୋଜେକ୍ଟ ଏମ୍ପ୍ଲଏଜ ୟୁନିୟନ,ଜିଲ୍ଲା ଆଦିବାସୀ ସଂଘ, ଡ୍ରାଇଭର ମହା ସଂଘ,ରାଜମିସ୍ତ୍ରୀ ସଙ୍ଘ,ପାୱାର ହାଉସ ଠିକା କର୍ମଚାରୀ ସଙ୍ଘ,ଓଏସଇବି ଏମ୍ପ୍ଲଏଜ ୟୁନିୟନ,ଓହେଚପିସି ଏମ୍ପ୍ଲଏଜ ୟୁନିୟନ,ଚିତ୍ରକୋଣ୍ଡା ମାଟିବନ୍ଧ କର୍ମଚାରୀ ସଙ୍ଘ,ମା ଦୁର୍ଗା ନିର୍ମାଣ ଶ୍ରମିକ ସଙ୍ଘ,ସିକୁରୀଟି କର୍ମଚାରୀ ସଙ୍ଘ ମିଳିତ ଭାବେ ଶ୍ରମିକ ଦିବସ ପାଳନ ହୋଇଛି।ସମସ୍ତେ ନିଜ ନିଜ ସଙ୍ଘ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଥିଲେ।ଅପରାହ୍ନରେ ନୂଆସାହି ଠାରୁ ଏକ ବିରାଟ ଶୋଭାଯାତ୍ରାରେ ସମସ୍ତେ ବାହାରି ଡ୍ରଗ ଲାଇନ ସ୍ଥିତ ବାଲିମେଳା ପାୱାର ପ୍ରୋଜେକ୍ଟ ଏମ୍ପ୍ଲଏଜ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ।ସେଠାରେ ସମସ୍ତେ ମିଶି ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ପାୱାର ପ୍ରୋଜେକ୍ଟ କର୍ମଚାରୀ ସଙ୍ଘ ସଭାପତି ପ୍ରବୀଣ କୁମାର ଦାସଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ,ମୁଖ୍ୟ ବକ୍ତା ରାଜ୍ୟ ସାଧାରଣ ସମ୍ପାଦକ ଏଆଇଟିୟୁସି ବିଜୟ ଜେନା, ସଂମାନୀୟ ଅତିଥି ଭାବରେ ଓଡିଶା ସାମ୍ବାଦିକ ସଙ୍ଘ ସମ୍ପାଦକ ଦେବ ପ୍ରସାଦ ଦାସ,ବାଲିମେଳା ଡେମ ପ୍ରୋଜେକ୍ଟ ସଭାପତି ବିଦେଶୀ ଗୌଡ଼, ଇନ୍ଦ୍ରାବତୀ ଡେମ ପ୍ରୋଜେକ୍ଟର ଦେବେନ୍ଦ୍ର ନାୟକ,ବାଲି ପାୱାରର କାଯ୍ୟକାରୀ ସଭାପତି ଦେବେନ୍ଦ୍ର ମିଶ୍ର , ସାଧାରଣ ସମ୍ପାଦକ ସନ୍ତୋଷ ପଣ୍ଡା ଓ ଯୁଗ୍ମ ସମ୍ପାଦକ କେ.ମୋହନ ରାଓ ପ୍ରମୁଖ ଉପସ୍ଥିତ ଥିଲେ।ମୁଖ୍ୟ ଦାବୀ ଗୁଡ଼ିକ ହେଲା ଶ୍ରମିକ ମାନଙ୍କୁ ଉଚିତ ପାରିଶ୍ରମିକ,ଦରଦାମ ବୃଦ୍ଧି, ମୃତ କର୍ମଚାରୀର ଉତ୍ତରାଧିକାରୀକୁ ସ୍ଥାୟୀ ନିଯୁକ୍ତି,ସମସ୍ତ ଠିକା କର୍ମଚାରୀ ମାନଙ୍କୁ ନିୟମିତ କରିବା ଓ ସମସ୍ତ କର୍ମଚାରୀ ମାନଙ୍କୁ ପେନସନରେ ଅନ୍ତର୍ଭୁକ୍ତ କରିବା ଆଦି ପ୍ରମୁଖ ଦାବୀ ଉପସ୍ଥାପନ କରିଥିଲେ।କାର୍ଯ୍ୟକ୍ରମକୁ ସନ୍ତୋଷ ଗନ୍ତାୟତ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମରେ ଶତାଧିକ ଶ୍ରମିକ ଉପସ୍ଥିତ ଥିବା ବେଳେ ଶାନ୍ତି ଶୃଙ୍ଖଳା ପାଇଁ ସ୍ଥାନୀୟ ପୋଲିସ ଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0