ବିଜେପି ମଣ୍ଡଳର ମାସିକ ବୈଠକ, ସେବା ସଙ୍କଳ୍ପ ଅଭିଯାନ ବୈଠକ ସହ ମିଶ୍ରଣ ପର୍ବ ଅନୁଷ୍ଠିତ ।
ମାଲକାନଗିରି (୦୩/୦୯)ପ୍ରତୀକ ସମାଚାର -ମାଲକାନଗିରି ଜିଲ୍ଲା କାଲିମେଳା ଧାନ ମଣ୍ଡି ପରିସରରେ ଗୁରୁବାର ବିଜେପି ପକ୍ଷରୁ ମାସିକ ବୈଠକ, ସେବା ସଙ୍କଳ୍ପ ଅଭିଯାନ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ଭାବେ କାଲିମେଳା ମଣ୍ଡଳ ସଭାପତି ରାମଚନ୍ଦ୍ର ବେଟି, ଜିଲ୍ଲା ଉପ-ସଭାପତି ଭବାନୀ ଶଙ୍କର ମୁଖାର୍ଜୀ, ଜିଲ୍ଲା ସମ୍ପାଦକ ଇ. ଭେଙ୍କଟ ରାଓ, ଜିଲ୍ଲା ସମ୍ପାଦକ ନାରାୟଣ ସରକାର, ମାଲାବରମ ମଣ୍ଡଳ ସଭାପତି ଜୟନ୍ତ ମଜୁମଦାର, କାଲିମେଳା ପୂର୍ବତନ ମଣ୍ଡଳ ସଭାପତି ରତ୍ନାକର ପାଣିଗ୍ରାହୀ, ଜିଲ୍ଲା ଏସସି ମୋର୍ଚ୍ଚା ପୂର୍ବତନ ସଭାପତି ଉତ୍ତମ କୁମାର ରାୟ ଓ କାଲିମେଳା ବିଧାୟକ ପ୍ରତିନିଧି ହରବିଲାସ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଆଗାମୀ ସେବା ସଙ୍କଳ୍ପ ଅଭିଯାନକୁ ସଫଳ କରିବା ଏବଂ ସଙ୍ଗଠନକୁ ମଜବୁତ୍ କରିବା ଉପରେ ଆଲୋଚନା କରାଯାଇଥିଲା । ମିଶ୍ରଣ ପର୍ବରେ ବିଜେଡି ଓ କଂଗ୍ରେସ ଦଳରୁ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ କର୍ମୀ ବିଜେପିରେ ଯୋଗ ଦେଇଥିବା ବେଳେ ବହୁ ସଂଖ୍ୟାରେ ବିଜେପି କର୍ମୀ ଉପସ୍ଥିତ ଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0