ମଣ୍ଡି ସମସ୍ୟା ନେଇ କାଲିମେଳା ବ୍ଲକ ଆଗରେ ଚାଷୀ ଧାନ ବସ୍ତା ରଖି ରାସ୍ତା ଅବରୋଧ

ମାଲକାନଗିରି (୦୧/୦୩)ପ୍ରତୀକ ସମାଚାର -ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଆଗରେ ବଡିଗେଟା ପଞ୍ଚାୟତ ଏବଂ ତେଲେରାଇ ପଞ୍ଚାୟତ ର ଶହ ଶହ ଚାଷୀ ଆସି ବ୍ଲକ କାର୍ଯ୍ୟାଳୟ ସମୁଖରେ ଶହ ଶହ ଧାନ ବସ୍ତା ରଖି ପ୍ରତିବାଦ ଜଣାଇବା ସହ ୩୨୬ ନମ୍ବର ଜାତୀୟ ରାଜପଥ କୁ ମଧ୍ୟ ଅବରୋଧ କରିଥିଲେ | ଘଟଣା ରୁ ପ୍ରକାଶ ଯେ ଆଜି ବଡିଗେଟା ଏବଂ ତେଲେରାଇ ପଞ୍ଚାୟତ ର ଧାନ ମଣ୍ଡି କାଲିମେଳା ପଞ୍ଚାୟତ ର ଏମ ଭି ୯୦ ଗ୍ରାମର ଶେଷରେ ଥିବା ଫାର୍ମ କଲୋନୀ ରେ ହେଉଛି | ଯାହାର ଆଜି ଧାନ ୩ ହଜାର କୁଇଣ୍ଟାଲ କିଣିବା ପାଇଁ ଧର୍ଯ୍ୟ ହୋଇଥିଲା କିନ୍ତୁ ଠିକ ସମୟରେ ୬ଶହ କୁଇଣ୍ଟାଲ ଧାନ କିଣିବା ପାଇଁ ସୂଚନା ଆସିବାରୁ ସମସ୍ତ ଚାଷୀ ଖୁବ୍ଧ ହୋଇ କାଲିମେଳା ପଞ୍ଚାୟତ ସମିତି ଆଗରେ ଗାଡ଼ିରେ ଧାନ ଆଣି ରାସ୍ତାରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଥିଲେ | ଏହି ଘଟଣା ଜାଣିବା ପରେ କାଲିମେଳା ଖାଦ୍ୟ ଯୋଗାଣ ଅଧିକାରୀ ଚିନ୍ମୟ ସାହୁ, କାଲିମେଳା ସମବାୟ ସମିତି ର ଏମ ଡି. ଚନ୍ଦନ ମାଦଳା ଏବଂ କାଲିମେଳା ଥାନାର ଅଧିକାରୀ ଆସି ପରିସ୍ଥିତି କୁ ନିୟନ୍ତ୍ରଣ ରେ ଆଣି ଚାଷୀଙ୍କୁ ବୁଝା ସୁଝା କରି ଆଜିର ମଣ୍ଡିର କ୍ଷମତା କୁ ୩ ହଜାର କୁଇଣ୍ଟାଲ କୁ ବଢ଼ାଇବା ରୁ ଚାଷୀ ରାସ୍ତା ଅବରୋଧ ରୁ ବିରତି ହୋଇଥିଲେ |

Mar 1, 2026 - 11:12
 0  121
ମଣ୍ଡି ସମସ୍ୟା ନେଇ କାଲିମେଳା ବ୍ଲକ ଆଗରେ ଚାଷୀ ଧାନ ବସ୍ତା ରଖି ରାସ୍ତା ଅବରୋଧ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0