ମହିଳା ବିରୋଧୀ ଆଭିମୁଖ୍ୟ ପାଣ୍ଡ୍ରିପାଣି ଠାରେ ମହିଳା ଆରକ୍ଷଣ ବିଲକୁ ବିରୋଧ ପ୍ରତିବାଦରେ ବିଶାଳ ଜନ ଆକ୍ରୋଶ ପଦଯାତ୍ରା

ମାଲକାନଗିରି(୧୦।୫ )ପ୍ରତୀକ ସମାଚାର -ସଂସଦରେ ଆଗତ ନାରୀ ବନ୍ଦନା ଅଧିନିୟମକୁ ବିରୋଧି ଦଳର ବିରୋଧକୁ ନେଇ ସାରା ଦେଶରେ ମହିଳାମାନଙ୍କ ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଛି। ଏହି କ୍ରମରେ ଆଜି ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ମଣ୍ଡଳ ଠାରେ ଜନ ଆକ୍ରୋଶ ପଦଯାତ୍ରା ଆୟୋଜିତ ହୋଇଥିଲା। ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ଵ ମହିଳା ଏହି ସମାବେଶରେ ସାମିଲ ହୋଇ ପ୍ରଥମେ ପାଣ୍ଡ୍ରିପାଣି ଶିଶୁମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ କୁଶ ପୁତଳିକା ଦାହକରିଥିଲେ। ପରେ ପରେ ସେରପାଲି ଛକ ଠାରେ ଆୟୋଜିତ ଏକ ସଭା କାର୍ଯ୍ୟରେ ସମସ୍ତେ ଯୋଗ ଦେଇଥିଲେ। ମହିଳା ଆରକ୍ଷଣ ବିଲକୁ ବିରୋଧ କରିବା ଏକ ନିମ୍ନ ମାନସିକତାର ପରିଚୟ, ମହିଳାଙ୍କ ପ୍ରତି ସଂସଦରେ ହୋଇଥିବା ଏହି ଅନ୍ୟାୟ ସେମାନଙ୍କ ଅଧିକାରକୁ ସଙ୍କୁଚିତ କରିଛି। ଏଣୁ ଏହି ବିଲକୁ ପାରିତ ହେବାରେ ଯେଉମାନେ ବାଧା ସୃଷ୍ଟି କରିଛନ୍ତି ସେମାନେ ମହିଳା ବିରୋଧୀ ବୋଲି ସଭାରେ କୁହାଯାଇଥିଲା। ଆଜିର ଏହି ଜନ ଆକ୍ରୋଶ ସମାବେଶରେ ମାଲକାନଗିରି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନରସିଂହ ମାଡକାମି, ବିଜେପିର ରାଜ୍ୟ କାର୍ଯ୍ୟକରାଣୀ ସଦସ୍ୟା ସନ୍ତୋସିନୀ ପାତ୍ର, ବିଧାୟକ ପ୍ରତିନିଧି ନିହାର ରାୟ, ସଜୁ ସରକାର, ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ବେନି କାର୍ଟୁଲୁ, ସୌଦାମିନୀ ଆଚାର୍ଯ୍ୟ, ମମତା ମୟୀ ମହାନ୍ତି, ଦ୍ରୌପଦୀ ପଟନାୟକ ପ୍ରମୁଖ ଉପସ୍ଥିତ ହୋଇ ନାରୀ ବନ୍ଦନା ଅଧିନିୟମକୁ ବିରୋଧ କରିଥିବା ବିରୋଧୀଙ୍କ ବିରୁଦ୍ଧରେ ବର୍ଷୀଥିଲେ। କଂଗ୍ରେସ ନାରୀ ବନ୍ଦନା ଅଧିନିୟମକୁ ବିରୋଧ କରୁଥିବା ବିରୋଧୀମାନଙ୍କୁ ନାରୀ ମାନେ ଆଗାମୀ ଦିନରେ ନିଶ୍ଚୟ ଉଚିତ ଜବାବ ଦେବେ ବୋଲି ଏହି ସମାବେଶରେ ମତ ପ୍ରକାଶ ପାଇଥିଲା ।

May 10, 2026 - 22:04
 0  63
ମହିଳା ବିରୋଧୀ ଆଭିମୁଖ୍ୟ ପାଣ୍ଡ୍ରିପାଣି ଠାରେ ମହିଳା ଆରକ୍ଷଣ ବିଲକୁ ବିରୋଧ ପ୍ରତିବାଦରେ ବିଶାଳ ଜନ ଆକ୍ରୋଶ ପଦଯାତ୍ରା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0