ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧୁକରଣ ଦ୍ବାରା ଦ୍ଵିତୀୟ ଜାତୀୟସ୍ତରୀୟ ଲୋକ ଅଦାଲତ

ମାଲକାନଗିରି (୦୯/୦୫)ପ୍ରତୀକ ସମାଚାର - ରାଜ୍ୟ ଆଇନ ସେବା ପ୍ରାକରଣ ନିର୍ଦେଶ କ୍ରମେ ଆଜି ତା ୦୯,୦୫,୨୦୨୬ ରିଖ ମାଲକାନଗିରି ଜିଲ୍ଲା ଆଈନ ସେବା ପ୍ରାଧିକରଣ , ତାଲୁକ ଆଈନ ସେବା ପ୍ରାକରଣ ମୋଟୁ ଏବଂ ଜେ ଏମ ଏଫ ସି ,ମାଥିଲି ଓ ଜେ ଏମ ଏଫ୍ ସି ,କୁଡୁମୁଳୁ ଗୁମ୍ମା, ଗ୍ରାମ ନ୍ୟାୟଳୟ, କୋରୁକୋଣ୍ଡା,ମାଲକାନଗିରି ଦ୍ବାରା ପ୍ରଥମ ଜାତୀୟ ସ୍ତରୀୟ ଲୋକ ଅଦାଲତ ମାଲକାନଗିରିର ସମସ୍ତ ବିଚାରଳୟ ତଥା ମାଥୁଲି , ମୋଟୁ, କୁଡୁମୁଳୁଗୁମ୍ମା ଠାରେ ମଧ୍ଯ ଅନୁଷ୍ଠିତ ହୋଇ ଯାଇ ଅଛି ।ଏହି ଲୋକ ଅଦାଲତ ରେ ଅନ୍ୟ ମାନଙ୍କ ମଧ୍ୟ ରେ ମାଲକାନଗିରି ଜିଲ୍ଲା ଜଜ ତଥା ଆଈନ ସେବା ପ୍ରାଧିକରଣ ର ଅଧକ୍ଷ୍ୟା ରାଜଲକ୍ଷ୍ମୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଜଜ ଶ୍ରୀଯୁକ୍ତ ଶାନ୍ତନୁ କୁମାର ଦାସ, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାକାରୀ ଡାଃ ପ୍ରଦୀପ କୁମାର ପ୍ରଧାନ, ଜିଲ୍ଲା ଆଈନ ସେବା ପ୍ରାଧୁକରଣ ସଚିବ ତଥା ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ସୁଶ୍ରୀ ସଂଗୀତା ପାତ୍ର, ବରିଷ୍ଠ ଦେୱାନୀ ବିଚାରପତି ଲୋପାମୁଦ୍ରା ପ୍ରକାଶ, ଉପଖଣ୍ଡ ଦଣ୍ଡାକରି ଶ୍ରୀମତୀ ପ୍ରତିମା ସାହୁ ଏବଂ ଗ୍ରାମ ନ୍ୟାକାରୀ ପରିନିତା ନାୟକ, ପ୍ରଥମ ଶ୍ରେଣୀ ଦଣ୍ଡାକାରୀ (LR & LTV),ମାଲକାନଗିରି ଶ୍ରୀଯୁକ୍ତ ଆଦିତ୍ୟ କୁମାର ପୃଷ୍ଟୀ, ପ୍ରଥମ ଶ୍ରେଣୀ ଦଣ୍ଡାକାରୀ , ମାଥ୍‌ଲି ଶ୍ରୀଯୁକ୍ତ ରାହୁଲ କୁମାର ଜେନା, ପ୍ରଥମ ଶ୍ରେଣୀ ଦଣ୍ଡାକାରୀ,ମୋଟୁ ଅଂଶୁମାନ ଦାସ, ପ୍ରଥମ ଶ୍ରେଣୀ ଦଣ୍ଡାକାରୀ, କୁଡୁମୁଳୁ ଗୁମ୍ମା ଶ୍ରୀମତୀ ବିମଲ ଲକ୍ଷ୍ମୀ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ମୋକଦମା ର ଫଇସଲା କରିଥିଲେ । ଏହି ଜିଲ୍ଲାସ୍ତରୀୟ ଲୋକ ଅଦାଲତ ରେ ମୋଟ 13,615 ଗୋଟି ମକଦ୍ଦମର ଫଇସଲା କରାଯାଇ 46,77,225/- ଟଙ୍କା ଧାର୍ଯ୍ୟ କରଯାଇଥିଲା । ଏହି ଲୋକ ଅଦାଲତ ରେ ଜିଲ୍ଲା କୋର୍ଟ, ଅତିରିକ୍ତ ଜିଲ୍ଲା ଜଜ କୋର୍ଟ, ଏସଡ଼ିଜେଏମ କୋର୍ଟ,ମୋଟୁ ଜେଏମଏଫସି କୋର୍ଟ, ମାଥୁଲି ଜେଏମଏଫସି କୋର୍ଟ, କୁଡୁମୁଳୁଗୁମ୍ମା ଜେଏମଏଫସି କୋର୍ଟ ଓ ଜିଲ୍ଲା ଆଈନ ସେବା ପ୍ରାକରଣ, ମାଲକାନଗିରି, ତାଲୁକ ଆଈନ ସେବା ସମିତି , ମୋଟୁ ଓ ଆଇନସେବା ପ୍ରତିପକ୍ଷ ଓକିଲଙ୍କ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଓ ମାଲକାନଗିରି ଓ ମୋଟୁ ର ଓକିଲ ସଂଘ ର ସଭ୍ୟ ଗଣ ଉପସ୍ଥିତ ରହି ଅଦାଲତ କାର୍ଯ୍ୟ ରେ ସମ୍ପୂର୍ଣ ସହଯୋଗ କରିଥିଲେ I

May 9, 2026 - 18:27
 0  19
ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧୁକରଣ ଦ୍ବାରା ଦ୍ଵିତୀୟ ଜାତୀୟସ୍ତରୀୟ ଲୋକ ଅଦାଲତ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0