ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଓଡିଶା ଜାତିର ସ୍ୱାଭିମାନ ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ବାର୍ଷିକ ପାଳନ ଅନୁଷ୍ଠିତ

ମାଲକାନଗିରି ( ୦୫/ ୦୩ )ପ୍ରତୀକ ସମାଚାର - ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀରେ ଜିଲ୍ଲା ପାଳ କାର୍ଯ୍ୟାଳୟ ସମ୍ମୁଖ ରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ମାଲକାନଗିରି ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆଧୁନିକ ଓଡ଼ିଆ ଗଠନ ଦିଗରେ ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ। ତାଙ୍କ ଆଦର୍ଶକୁ ଅନୁସରଣ କରି ଓଡ଼ିଶାବାସୀଙ୍କ ସେବା ପାଇଁ ବିଜୁ ଜନତା ଦଳ ସବୁବେଳେ ସଂକଳ୍ପବଦ୍ଧ । ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷ, ମହାନ ଜନନାୟକ, ବିଶିଷ୍ଟ ସାଧୀନତା ସଂଗ୍ରାମୀ ଓ ସାଧୀନୋତ୍ତର ଓଡିଶା ନିର୍ମାଣର ସୁପତି ବିଜୁ ପଟ୍ଟନାୟକଙ୍କର ୧୧୦ତମ ଜନ୍ମ ଦିବସ । ଏହି ଜୟନ୍ତୀ ଦିବସ ଓଡିଶାବାସୀଙ୍କ ପାଇଁ ବିଶେଷକରି ବିଜୁ ଜନତା ଦଳର ପ୍ରତ୍ୟେକଙ୍କ ପାଇଁ ଏକ ସ୍ମରଣୀୟ ଦିବସ । ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ଏହି ଦିବସକୁ ମାଲକାନଗିରି ଜିଲ୍ଲା ସ୍ତରରେ ବିଜେଡି ଜିଲ୍ଲା କାର୍ଯ୍ୟାଳୟ ଲାଠିଆଗୁଡା ଠାରେ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଏହି ଉପଲକ୍ଷେ ବିଜୁ ଜନତା ଦଳର ଜିଲ୍ଲା ବିଜେଡି ଉପ ସଭାପତି ଉଦୟ ନାଥ ମାଦ୍ରୀ ,ବରିଷ୍ଠ ବିଜେଡି ନେତା ଗୋପାଳ କୃଷ୍ଣ ପଣ୍ଡା ,ରାଜ୍ୟ ବିଜେଡି ମହିଳା ଉପ ସଭାନେତ୍ରୀ ଲକ୍ଷ୍ମୀ ପ୍ରିୟା ନାୟକ ,ଜିଲ୍ଲା ବିଜୁ ମହିଳା ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ ,ପୌର ଉପାଧ୍ୟକ୍ଷା କବିତା ମହନ୍ତ , ଜିଲ୍ଲା ବିଜେଡି ଯୁବ ସଭାପତି ତଥା ଜିଲ୍ଲା ସରପଞ୍ଚ ସଂଘ ସଭାପତି ଶ୍ରୀନିବାସ ମୁଦୁଲି , ଜିଲ୍ଲା ଛାତ୍ର ସଭାପତି ସୁବ୍ରତ ଦାଶ ,ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ,ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷା ,ଅଧ୍ୟକ୍ଷ ,ବିଜେଡି ସମସ୍ତ ବ୍ଲକ /ନଗର ସଭାପତି , ବରିଷ୍ଠ ବିଜେଡି ନେତା ନକାଲ ରାଜୁ , ସତ୍ୟ ପାଣିଗ୍ରାହୀ ,ବି.କାମେଶ୍ବର ରାଓ ,ଧନୁର୍ଜୟ ମାଡକାମୀ , ଘନଶ୍ୟାମ ମାଡକାମୀ ,ସତ୍ୟ ସ୍ୱାଇଁ ,ସର୍ବ ବିଶୋଇ , ଶଙ୍କର ହାଲଦାର ,ରାଜେନ୍ଦ୍ର କୂଳଦୀପ ,ଗୋପୀ ପାଙ୍ଗି , ଶରତ ଚନ୍ଦ୍ର ବିଶ୍ୱାଳ ,କେ. ରାହୁଲ ,ବିକାଶ ମଣ୍ଡଳ , କଣ୍ଟେସ୍ ପୋଟଳା ମହିଳା ନେତ୍ରୀ ପ୍ରଶାନ୍ତି ଲତା ବିଶୋଇ ,ଗାନ୍ଧୀ ପଣ୍ଡା ,ରାଜେନ୍ଦ୍ର ଖସଲା ,ସମେଶ ବାଗ ପ୍ରମୁଖ ଙ୍କ ସହ ସମସ୍ତ ନେତୃବୃନ୍ଦ, ନିର୍ବାଚିତ ପ୍ରତିନିଧ ବୃନ୍ଦ ଓ ସକ୍ରିୟ ସଦସ୍ୟା, ସଦସ୍ୟ ତଥା ଦଳର ପ୍ରମୁଖ ଛାମୁଆ ସଂଗଠନ ଯଥା ବିଜୁ ଯୁବ ଜନତା, ଛାତ୍ର ଜନତା ଓ ମହିଳା ଜନତା ଦଳର ଏବଂ ବିଭିନ୍ନ ସାମ୍ମୁଖ୍ୟର ଆଗୁଆ ସାଥୀମାନେ ଜୟନ୍ତୀ ସଭା ଆଲୋଚନାଚକ୍ର ମାଧ୍ୟମରେ ‘ସମୃଦ୍ଧ ଓଡିଶା ଗଠନରେ ବିଜୁ ବାବୁଙ୍କ ଅବଦାନ’ ସଂପର୍କରେ ଆଲୋଚନା କରିଛନ୍ତି । ବିଜୁ ବାବୁ ଓ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ପଡିଆ ବ୍ଲକ ର ବିଜେପି ର ସକ୍ରିୟ ନେତା ବିଜେପି ଛାଡି ସୁକୁମାର ଘୋଷ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି |

Mar 5, 2026 - 18:17
 0  84
ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଓଡିଶା ଜାତିର ସ୍ୱାଭିମାନ ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ବାର୍ଷିକ ପାଳନ ଅନୁଷ୍ଠିତ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0