ମାଲକାନଗିରି ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟିସ ( MUJ) କାର୍ଯ୍ୟାଳୟ ରେ ୮୦ତମ ସ୍ୱାଧୀନତା ଦିବସ ପାଳିତ
ମାଲକାନଗିରି (୧୫/୦୮/୨୬)ପ୍ରତୀକ ସମାଚାର - ଦେଶ ପାଳୁଛି ୮୦ତମ ସ୍ୱାଧୀନତା ଦିବସ। ଏହି ଅବସରରେ ମାଲକାନଗିରି ୟୁନିୟନ ଅଫ୍ ଜର୍ନାଲିଷ୍ଟସ ( MUJ) ପକ୍ଷରୁ MUJ କାର୍ଯ୍ୟାଳୟ ପରିସରରେ ଜାତୀୟ ଗୌରବ ଓ ଦେଶପ୍ରେମର ଭାବନା ସହ ମହାସମାରୋହରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୁର୍ଯୋଧନ ଭୋଇ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ଓ ବୀରପୁତ୍ରମାନଙ୍କୁ ଶ୍ରଦ୍ଧାର ସହିତ ସ୍ମରଣ କରିଥିଲେ। ମହାତ୍ମା ଗାନ୍ଧୀ, ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସମେତ ଦେଶପାଇଁ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କ ଅବଦାନକୁ ସ୍ମରଣ କରିବା ସହ, ଓଡ଼ିଶା ମାଟିର ବୀର ସହିଦମାନଙ୍କ ତ୍ୟାଗକୁ ମଧ୍ୟ ନିଜ ଅଭିଭାଷଣରେ ଉଲ୍ଲେଖ କରିଥିଲେ। ବିଶେଷ କରି ମାଲକାନଗିରି ମାଟିର ବୀର ସହିଦ ତାମା ଦୋରା, ଲକ୍ଷ୍ମଣ ନାୟକଙ୍କ ସମେତ ଅନ୍ୟ ସହିଦମାନଙ୍କ ଦେଶପ୍ରେମ ଓ ବଳିଦାନକୁ ସ୍ମରଣ କରିଥିଲେ। ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ଭୋଇ ସ୍ୱାଧୀନତା ସଂଗ୍ରାମ ସମୟରେ ସାମ୍ବାଦିକମାନଙ୍କ ଭୂମିକା ଉପରେ ମଧ୍ୟ ଆଲୋକପାତ କରିଥିଲେ। ସେ ସମୟରେ ସାମ୍ବାଦିକମାନେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ସ୍ୱାଧୀନତା ଆନ୍ଦୋଳନର ଖବରକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ବୋଲି ସେ ଉଲ୍ଲେଖ କରିଥିଲେ। ବର୍ତ୍ତମାନ ସମୟରେ ମଧ୍ୟ ସାମ୍ବାଦିକମାନଙ୍କ ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅତଏବ ନିରପେକ୍ଷ ଭାବରେ ଖବର ପରିବେଷଣ କରିବା, ଖବର ପ୍ରକାଶ ପୂର୍ବରୁ ତାହାର ସତ୍ୟତା ଯାଞ୍ଚ କରିବା ଏବଂ ଲୋକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ MUJ ର ସଭାପତି ଦେବପ୍ରସାଦ ଦାସ ମଧ୍ୟ ନିଜର ଅଭିଭାଷଣରେ ସ୍ବାଧୀନତା ଦିବସର ମହତ୍ତ୍ବ ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଶରତ କୁମାର ମହାରଣା, ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ପଣ୍ଡା, ପୂର୍ବତନ ସଭାପତି ଭାସ୍କର ବେହେରା, ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ କୀର୍ତ୍ତନୀୟା, ଅସୀମ ବିଶ୍ୱାସ, ଜିତେନ୍ଦ୍ର ବେଉରା, ଈଶ୍ୱର ରାଓ, କାମରାଜ ଜେନା, ପଞ୍ଚାନନ ଦାସ, ଶଙ୍କର ପାଲ, କ୍ରିଷ୍ଣପଦ ରାୟ, ମାନସ ରଞ୍ଜନ ନେତମଙ୍କ ସମେତ ଅନ୍ୟାନ୍ୟ ସାମ୍ବାଦିକମାନେ ଉପସ୍ଥିତ ଥିଲେ।ସ୍ୱାଧୀନତାର ୮୦ ବର୍ଷ ପୂର୍ତ୍ତି ଅବସରରେ ମାଲକାନଗିରି MUJ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଦେଶପ୍ରେମ, ସହିଦମାନଙ୍କ ତ୍ୟାଗର ସ୍ମରଣ ଏବଂ ଗଣତନ୍ତ୍ରରେ ସାମ୍ବାଦିକଙ୍କ ଦାୟିତ୍ୱକୁ ପୁଣିଥରେ ମନେ ପକାଇ ଦେଇଛି।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0