ଶାବରୀ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ଙ୍କୁ ପଡିଆ ବ୍ଲକ ତରଫରୁ ଏକ ବିଦାୟ କାଳୀନ ସଭା ଅନୁଷ୍ଠିତ
ମାଲକାନଗିରି (ପ୍ରତୀକ ସମାଚାର )-୧,୪,୨୦୨୬ ଏମ,ପି,ଭି ୭୩ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଦୟାଲ ବୈରାଗୀ ଙ୍କର ପଡିଆ ବ୍ଳକ ତରଫରୁ ଏକ ବିଦାୟ ସମ୍ଵର୍ଦ୍ଧନା ସଭା ଶାବରୀ ପ୍ରାଥମିକ ବିଦ୍ୟାଳୟ ଏମ,ଭି,୭୯ ଠରେ ଅନୁଷ୍ଠିତ ହୋଇଯାଇଛି।ପ୍ରକାଶ ଥାଉକି ଦୟାଲ ବୈରାଗୀ ୧,୨,୧୯୮୮ ମସିହାରେ ଚାକିରୀ ଜୀବନ ଆରମ୍ଭ କରି ୩୧,୩,୨୦୨୬ରେ ଅବସର ଗ୍ରହଣ କରିଛନ୍ତି।ଏଥି ନିମନ୍ତେ କାଲିମେଳା ,ପଡିଆ ବ୍ଳକ ଦାୟିତ୍ୱ ରେ ଥିବା ଗୋଷ୍ଠୀ ଶିକ୍ଷାଧିକାରି ରମେଶ ଚନ୍ଦ୍ର ବାରୋଇ ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଶିକ୍ଷାଧିକାରି ଚିତ୍ତରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ରୁପେ ଯୋଗଦାନ କରିଥିଲେ।ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରିଣୀ ମଞ୍ଜୁଲତା ଭୋଇ ବିଶିଷ୍ଟ ଅତିଥି, ସମ୍ମାନିତ ଅତିଥି ଭାବେ ମାଥିଲି ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରି ସୁମିତ ବିଶ୍ବାସ, କଣ୍ଟାମାଳ ଗୋଷ୍ଠୀ ଶିକ୍ଷାଧିକାରି ଅଶୋଭ ରଞ୍ଜନ ମାଳି, କାଲିମେଳା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରି ଧନେଶ୍ବର ନାୟକ ,ପ୍ରଶାନ୍ତ କୁମାର ଜେନା ଏବିଇଓ ପଡିଆ,ବିରେନ୍ଦ୍ର ପ୍ରଧାନ ଏବିଇଓ ଖଇରପୁଟ,ଜିଲ୍ଲା ଶିକ୍ଷକ ସଂଘ ସଭାପତି ତାରକ ମଣ୍ଡଳ,ରଞ୍ଜିତ ନାୟକ ରାଜ୍ୟ ଶିକ୍ଷକ ସଂଘ ଉପ ସଭାପତି, ସୀତାରାମ ମାଢୀ ସଭାପତି ପଡିଆ,ସୁରେଶ ମେହେଟା ପଡିଆ ବ୍ଳକ ସଂପାଦକ, ପ୍ରଶାନ୍ତ ସରଦାର ,ପ୍ରଧାନ ଶିକ୍ଷକ ଏମ୍,ଭି୮୮,ମଞ୍ଚ ମଣ୍ଡନ କରିଥିବା ବେଳେ,ସର୍ବଶ୍ରୀ ଦିଲ୍ଲୀପ କୁମାର ଜେନା,ଶିବବ୍ରତ ମଲ୍ଲିକ, ମନୋରଞ୍ଜନ ଦେ,କିଶୋର ସାହୁ,ଶ୍ରୀବାସ ରାୟ,ଶଚୀନକୃଷ୍ଣ ସାନା,ଚିତ୍ତରଞ୍ଜନ ସରକାର ,ଦାମୋଦର ଦୁରୁକା ,ମାନସ ସେଠୀ , ଟୋକେଲ ବିଚମ୍ ପୂର୍ବତନ ସଭାପତି ପଡିଆ, ଦିଲୀପ ନାୟକ ପୂର୍ବତନ ସମ୍ପାଦକ ପଡିଆ, ସୁସେନ ବାରାଲ ସୁନିତି ସରକାର ସଆଦି ବହୁ ଶିକ୍ଷକ ଉପସ୍ଥିତ ଥିଲେ।ସମସ୍ତ ଅତିଥି ଦୟାଲ ବୈରାଗୀ ଙ୍କର କାର୍ଯ୍ୟ ଦକ୍ଷତା ତଥା ଛାତ୍ରବତ୍ସଳତା ଉପରେ ଭୂୟସୀ ପ୍ରଶଂସା କରି ଅବଶିଷ୍ଟ ଜୀବନ ସୁଖମୟ ହେଉ ବୋଲି ବକ୍ତବ୍ଯ ରଖିଥିଲେ।ଏହି ସଭାରେ ଶ୍ରୀ ବଡୋଇ (ବି ଇ ଓ),ଶ୍ରୀ ପାଣିଗ୍ରାହି (ଡି ଇ ଓ ) ଅବସପ୍ରାପ୍ତ ଶିକ୍ଷକ (କାଲିମେଳା ବ୍ଲକ) ଅନ୍ୟଚାରିଜଣ ଙ୍କୁ ପେନସନ ଫାଇନାଲ ପେପର ପ୍ରଦାନ କରିଥିଲେ ସେମାନେ ସହଦେବ ବିଶ୍ଵାସ, ଆର୍ତ୍ତବନ୍ଧୁ ଜେନା, ସ୍ୱର୍ଗୀୟ ବରୁଣ ମଣ୍ଡଳ ଓ ସ୍ୱର୍ଗୀୟ ରଞ୍ଜିତ ବିଶ୍ଵାସ ଙ୍କ ସହଧର୍ମିଣୀ।
ଏକ ଭାବମୟ ପରିବେଶରେ ସଭା କାର୍ଯ୍ଯଟି ପରିସମାପ୍ତି ହୋଇଥିଲା।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0