ସମ୍ବାଦ ସାହିତ୍ୟ ଘରର ପଞ୍ଚଦଶ ବାର୍ଷିକ ଉତ୍ସବ ପାଳିତ

ମାଲକାନଗିରି(୦୧/୦୪)ପ୍ରତୀକ ସମାଚାର - ଆଂଚଳିକ ଭାଷାକୁ ଗୁରୁତ୍ବ ଦେଲେ ଯାଇ ଲୋକଙ୍କ ସମାସ୍ୟା ବୁଝିବା ସହଜ । ହୋଇଥାଏ ବୋଲି କାଲିମେଳା ସମ୍ବାଦ ସାହିତ୍ୟ ଘରର ଫଚଦଶ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର କର ନିଜ ବକ୍ତବ୍ୟ ରେ କହିଥିଲେ। ସେହିପରି ସ୍ବତନ୍ତ୍ର ଆମନ୍ତ୍ରିତ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ଚିତ ରଂଜନ ପାଣିଗ୍ରାହୀ ଯୋଗଦେଇ କହିଥିଲେ ଯେ ବହିଟିଏ କିଣି ନିଜେ ପଢ଼ିବା ସହିତ ଅନ୍ୟକୁ ଉପହାର ଦେଲେ ଯାଇ ସାହିତ୍ୟ ବଂଚିବ ଓ ଆଗାମୀ ୧୯୩୬ ମସିହା ବେଳକୁ ଅନେକ ସାହିତ୍ୟିକ ସୃଷ୍ଟି ହୋଇପାରିବେ |ଗୋଷ୍ଠୀ ଶିକ୍ଷାଧିକାରୀ ରମେଶ ଚନ୍ଦ୍ର ବାରୋଇ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଭାଷାକୁ ଭଲ ପାଇଲେ ଯାଇ ଦେଶକୁ ଭଲ ପାଇବା ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ | ସ୍ଥାନୀୟ କୃଷି ଜିଲ୍ଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଥମେ ଜଗତରନାଥ ଜଗନ୍ନାଥ ଓ ଓଡ଼ିଶାର ର ବରପୁତ୍ର ଉତ୍କଳ ଗୌରବ ମଧୁବାବୁଙ୍କ ଫଟୋଚିତ୍ରରେ ଧୂପଦୀପ ପ୍ରଦାନ କରାଯିବା ପରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା । ଏହାପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସମ୍ବାଦ ସାହିତ୍ୟ ଘରର କୋଷାଧ୍ୟକ୍ଷ ଆଶିଷ କୁମାର ସାମଲ ଅତିଥି ପରିଚୟ ପ୍ରଦାନ କରିବାପରେ ଅତିଥିମାନଙ୍କୁ ମଞ୍ଚ ଉପରକୁ ପାଛୋଟି ନିଆଯିବା ସହିତ ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ କରାଯାଇ ସ୍ବାଗତ ଜରାଯାଇଥିଲା। । ଏହାପରେ ଦୈନିକ ସମ୍ବାଦରେ ପ୍ରକାଶିତ “କନ୍ଦ୍ରଧନୁ ପୃଷ୍ଠାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଅବସରରେ ସାହିତ୍ୟ ଘରର ବରିଷ୍ଠ ସଦସ୍ୟ ଜଗବନ୍ଧ ଶତୃଶଲ୍ୟଙ୍କ ପରଲୋକରେ ୧ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମଂଜୁଲତା ଭୋଇ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଧନେଶ୍ଵର ନାୟକ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ମାଲା ମାଢ଼ି, ଗୋପବନ୍ଧୁ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ପ୍ରକାଶ ଚନ୍ଦ୍ର ମିଶ୍ର, ସମ୍ବାଦ ସାହିତ୍ୟ ଘରର ସଭାପତି ଧ୍ରୁବ ଚରଣ ନାୟକ, ଉପସଭାପତି ରତ୍ନାକର ସାମଲ, ସଂପାଦକ ନବ କିଶୋର ମଲିକ ପ୍ରମୁଖ ଯୋଗଦେଇଥିଲେ । ସମ୍ବାଦ ସାହିତ୍ଯ ଘରର ଉପଦେଷ୍ଟା ଅକ୍ଷୟ କୁମାର ପଣ୍ଡା ସଭା ପରିଚାଳନା କରିଥିବାବେଳେ ଆବାହକ ଦୁଃଶାସନ ମହାପାତ୍ର ଉଦ୍ଦେଶ୍ୟ ସଂପର୍କରେ ଚକ୍ରବ୍ୟ ରଖିଥିଲେ । ସମ୍ବାଦ ସାହିତ୍ୟ ଘରର ସଭାପତି ଧ୍ରୁବ ଚରଣ ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଶିଷ୍ଟ କବି ଗୋଦାବରୀଶ ଦାସ, ମମତା ପଣ୍ଡା, କବିତା ବୈରାଗୀ ପ୍ରମୁଖ କବି ଓ ଶିକ୍ଷକ ଶିକ୍ଷ ୟିତ୍ରୀମାନେ ପରିଚିତ କବିତା ପାଠ କରି ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଏହି କାର୍ଯ୍ୟକ୍ରମରେ କାଲିମେଳାର ବିଭିନ୍ନ ଅଂଚଳରୁ ଶତାଧିକ କବି, ସାହିତ୍ୟିକ, ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦେଇଥିଲେ ।

Apr 2, 2026 - 18:02
 0  37
ସମ୍ବାଦ ସାହିତ୍ୟ ଘରର ପଞ୍ଚଦଶ ବାର୍ଷିକ ଉତ୍ସବ ପାଳିତ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0