ସେବା ସଙ୍କଳ୍ପ ଅଭିଯାନ କ୍ରମେ ପଞ୍ଚାୟତ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ମାଲକାନଗିରି (୨୫/୦୯)ଉତ୍କଳ ସମାଜ -ସେବା ସଙ୍କଳ୍ପ ଅଭିଯାନ ଆନୁକୁଲ୍ୟରେ କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ର କଲ୍ୟାଣ ମଣ୍ଡପ ଓ ହାଟପଦା ପରିସରରେ ଶତାଧିକ ବୃକ୍ଷରୋପଣ କରାଯାଇଛି । "ଏକ୍ ପେଡ ମାଁ କେ ନାମ" ପ୍ରଦର୍ଶିତ ବ୍ୟାନର ଦ୍ଵାରା ପଞ୍ଚାୟତ ସରପଞ୍ଚ ମଙ୍ଗଳା ମାଢୀ, ପଞ୍ଚାୟତ ନିର୍ବାହି ଅଧିକାରୀ ରେବତୀନାଥ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ,ପୋଲିସ ଫାଣ୍ଡି ଅଧିକାରୀ ପ୍ରଦୀପ କୁମାର ନାୟକ, ସମାଜସେବୀ ଭଗବାନ ସାହୁ, ଭବତୋଷ ମଣ୍ଡଳ ଓ ଭୀମ କୁଆସି ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଚାରା ରୋପଣ କରିଥିଲେ । ପ୍ରକାଶ ଥାଉକି ଯେ ରାଜ୍ୟ ସରକାର ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନ ପାଳନ ଅବସରରେ ମାସେ ବ୍ୟାପି ସେବା ସଙ୍କଳ୍ପ ଅଭିଯାନ କ୍ରମେ ଆଜିର ଦିନ ଅର୍ଥାତ୍ ସେପ୍ଟେମ୍ବର ୨୫ ତାରିଖରେ ପାଖାପାଖି ୨୫ ଲକ୍ଷ ଚାରା ରୋପଣ କରିବାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

Sep 25, 2026 - 18:10
 0  63
ସେବା ସଙ୍କଳ୍ପ ଅଭିଯାନ କ୍ରମେ ପଞ୍ଚାୟତ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0