୨୧୩ ଗୋଟି କଇଁଛ ଜବତ, ବେପାରୀ ଫେରାର

ମାଲକାନଗିରି (୦୨/୦୩)ପ୍ରତୀକ ସମାଚାର - ଆଜି କାଲିମେଳା ବନାଞ୍ଚଳ ଅଧୀନ ଉଣ୍ଡୁରକୋଣ୍ଡା ଫରେଷ୍ଟ ବିଟ ଏମ ଭି -୪୮ ଗ୍ରାମ ଶେଷରେ ଏକ କଇଁଛ ବୋଝେଇ ବୋଲେରୋ ଗାଡିକୁ କାଲିମେଳା ବନବିଭାଗ ଦ୍ୱାରା ଜବତ କରାଯାଇଛି | ଏହି ବୋଲେରୋ ଗାଡିରେ ୧୦ ଗୋଟି ବସ୍ତା ରେ ୨୧୩ ଗୋଟି କଇଁଛ ଥିଲେ |ପ୍ରକାଶ ଥାଉକି କୁର୍ତ୍ତୀ ଜଙ୍ଗଲ ବିଭାଗ ର ବନପାଳ ଅଲି ମହମ୍ମଦ ଖାନ ଙ୍କ ନେତୃତ୍ୱ ରେ ତାଙ୍କର ସମସ୍ତ କର୍ମଚାରୀ ଙ୍କ ଦ୍ୱାରା କୌଣସି ସୂତ୍ରରୁ ଖବର ପାଇ ଏମ ଭି -୪୮ ଗ୍ରାମକୁ ଯାଇ ବୋଲେରୋ କୁ ଜବତ କରିଥିଲେ |ଘଟଣା ସ୍ଥଳରୁ ବେପାରୀ ଏବଂ ଡ୍ରାଇଭର ଫେରାର ହୋଇଯାଇଛନ୍ତି |କଇଁଛ ଗୁଡିକୁ କାଲିମେଳା ବନାଞ୍ଚଳ କାର୍ଯ୍ୟାଳୟ କୁ ଅଣାଯାଇଛି | ସହକାରୀ ବନ ସଂରକ୍ଷକ ମନସୁନ ଖେମୁଡୁ ଙ୍କ କହିବା ଅନୁଯାଇ କଇଁଛ ଗୁଡିକର ଡାକ୍ତରୀ ପରୀକ୍ଷା କରାଇ ମଧୁର ଜଳ ରେ ଛଡ଼ାଯିବ ବୋଲି ପ୍ରକାଶ କରିଛନ୍ତି |

Mar 2, 2026 - 18:38
Mar 2, 2026 - 18:39
 0  209
୨୧୩ ଗୋଟି କଇଁଛ ଜବତ, ବେପାରୀ ଫେରାର

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0