ଆଇନୀସେବା ପ୍ରାଧିକରଣଙ୍କ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ।

ମାଲକାନଗିରି(୦୧/୦୫)ପ୍ରତୀକ ସମାଚାର -ଆଇନୀସେବା ପ୍ରାଧିକରଣଙ୍କ ଦ୍ୱାରା ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଡି ଆର ଡି ଏ ସଂମୀଳଣି କକ୍ଷରେ ଆୟୋଜିତ ସଭାରେ ଜ଼ିଲ୍ଲା ବିଚାରପତି ଆଇନୀସେବା ପ୍ରାଧିକରଣଙ୍କ ଅଧ୍ୟକ୍ଷା, ଜ଼ିଲ୍ଲା ବିଚାରପତି ରାଜଲଷ୍ମୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଭା କାର୍ଯ୍ୟ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଇନୀସେବା ପ୍ରାଧିକରଣଙ୍କ ସଚିବ ତଥା ବିଚାରପତି ସଂଗୀତା ପାତ୍ର, ଶ୍ରମ ଅଧିକାରୀ ତନ୍ମୟ ମଣ୍ଡଳ ପ୍ରମୁଖ ଯୋଗଦାନ କରିଥିଲେ। ଉକ୍ତ ସଭାରେ ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜ଼ିଲ୍ଲା ଜଜ ତଥା ପ୍ରାଧିକରଣ ଙ୍କ ଅଧକ୍ଷା ରାଜଲଷ୍ମୀ ପଟ୍ଟନାୟକ ତିନି ଜଣ ହିତାଧିକାରୀଙ୍କୁ ମୃତ୍ୟୁକାଳୀନ ସହାୟତା ତିନି ଜଣଙ୍କୁ ବିବାହ ଜନିତ ସହାୟତା, ବହୁତ ହିତାଧିକାରୀଙ୍କୁ ଶ୍ରମିକ କାର୍ଡ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଥିଲା। ଆଇନୀସେବା ପ୍ରାଧିକରଣ ଦ୍ୱାରା ଉପଲବ୍ଧ ବିଭିନ୍ନ ଆଇନୀଗତ ସୁବିଧା ସମ୍ପର୍କରେ ସମବେତ ବ୍ୟକ୍ତିଙ୍କୁ ଅବଗତ କରାଯାଇଥିଲା।

May 1, 2026 - 23:23
 0  59
ଆଇନୀସେବା ପ୍ରାଧିକରଣଙ୍କ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0