ଆମ ପୋଲିସ ସମିତି ତରଫ ରୁ ଜନ ସମ୍ପର୍କ ଅଭିଯାନ
ମାଲକାନଗିରି (୧୫/୦୩)ପ୍ରତୀକ ସମାଚାର -ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡା ଗ୍ରାମ ପଞ୍ଚାୟତର ଚଢେଇଗୁଡା ଗ୍ରାମରେ "ଆମ ପୋଲିସ ସମିତି" ଆନୁକୁଲ୍ୟ ରେ ଏକ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓର୍କେଲ ଥାନା ଅଧିକାରୀ ଧୀରେନ୍ କୁମାର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଖଇରପୁଟ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ,ରାସବେଡା ସରପଞ୍ଚ ପ୍ରମିଳା ଗୁଟ୍ଟା, କୁଡୁମୁଲୁଗୁମ୍ମା ସରପଞ୍ଚ ମଙ୍ଗଳା ମାଢୀ, ଲ୍ୟାମ୍ପ ସଭାପତି ଗୋପି ପାଙ୍ଗୀ , ନାଏବ ସରପଞ୍ଚ ଇଶ୍ୱର ମୁଦୁଲି,ୱ।ର୍ଡ ସଭ୍ୟା ବତୀ ଭୂମିଆ, ସମାଜସେବୀ ଘାସିରାମ ଗୁଟ୍ଟା, ଭଗବାନ ସାହୁ ଓ ହିମାଂଶୁ ଶେଖର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ କୁ କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀ କୃଷ୍ଣ ଚନ୍ଦ୍ର ହିଆଲ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଚଢେଇଗୁଡା ଗ୍ରାମର ମହିଳାମାନେ ଅତିଥି ମାନଙ୍କୁ ଚାଉଳ ଟିକା ଓ ଫୁଲମାଳ ପିନ୍ଧାଇ ସ୍ୱାଗତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ନିଜର ଅଭିଭାଷଣରେ ନାରୀ ସୁରକ୍ଷା, ସାଇବର ଠକାମୀ , ପ୍ରତିବନ୍ଧିତ ନିଶା ଦ୍ରବ୍ୟ ସେବନ, ଯୂବକ ମାନଙ୍କ କୁକୁଡା ଗାଲି- ଯୁଆ ଖେଳ, ନାବାଳକ ମୋଟର ସାଇକେଲ ଚାଳନା, ବାଲ୍ୟ ବିବାହ ଓ ଭାରତୀୟ ନ୍ୟାୟ ସ°ହିତା ଭଳି ବିଭିନ୍ନ ବିଷୟର ସକାରାତ୍ମକତା ଓ ନକାରାତ୍ମକତା ଉପରେ ଆଲୋକପାତ କରିଥିଲେ ଓ କହିଥିଲେ ବର୍ତ୍ତମାନ ସମୟ ହେଉଛି ସର୍ବୋକୃଷ୍ଟ ସମୟ ନହେଲେ ଯୂବ ନେତୃତ୍ୱ ଓ ସମ୍ବଳର ବ୍ୟାପକ ଅବକ୍ଷୟ ଘଟିବ ଏଥିରେ ଦ୍ୱିମତ ନାହଁ । ଅନ୍ୟ ଅତିଥି ମାନେ ମଧ୍ୟ ଆମ ପୋଲିସ କିପରି ଜନ ସାଧାରଣଙ୍କ ର ଅତି ନିକଟତର ହୋଇପାରିଛି ଓ ସମଜରେ ନିଜର ପୁରାତନ ଛବି ବଦଳାଇ ଲୋକଙ୍କ ନିକଟତର ହୋଇପାରିଛି ବୋଲି କହିଥିଲେ । କାର୍ଯ୍ୟକ୍ରମ ଶେଷରେ କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀ ଶ୍ରୀ ହିଆଲ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ଦେବାସହ ପୋଲିସ କାର୍ଯ୍ୟରେ ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ଆଜିର ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଓର୍କେଲ ଥାନା ଓ କୁଡୁମୁଲୁଗୁମ୍ମା ଫାଣ୍ଡି ର ସମସ୍ତ ପୋଲିସ କର୍ମଚାରୀମାନେ ସହଯୋଗ କରିଥିଲେ । ପୋଲିସର ଏହିପରି ଅଭିଯାନକୁ ସ୍ଥାନୀୟ ଲୋକମାନେ ଭୂୟସୀ ପ୍ରଶଂସା କରିଛନ୍ତି ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0