କଂଗ୍ରେସ ପକ୍ଷରୁ ମାଲକାନଗିରି ଜିଲ୍ଲା ରେ ବନ୍ଦ ପାଳନ

ମାଲକାନଗିରି (୨୫/୦୩)ପ୍ରତୀକ ସମାଚାର -ମାଲକାନଗିରି ଜିଲ୍ଲା ରେ ସମସ୍ତ ମଣ୍ଡି ରେ ଖରିଫ ରୁତୁ ଧାନ ଉଠୁ ନ ଥିବା ପ୍ରତିବାଦ ଏବଂ ଗ୍ୟାସ ପେଟ୍ରୋଲ ଠିକ ସମୟରେ ଯୋଗାଇଦେବା ସହ ଅନ୍ୟାନ୍ୟ ଦାବି ନେଇ ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବୁଧବାର ଜିଲ୍ଲା ବନ୍ଦ ଡାକରା ଦିଆ ଯାଇଛି l ଏହି ପରିପ୍ରେକ୍ଷୀରେ କାଲିମେଳା ବ୍ଲକ ରେ ମଧ୍ୟ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରା ଯାଉଥିବା ଦେଖିବାକୁ ମିଳିଛି l ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଙ୍କ ଆହ୍ଵାନ କ୍ରମେ କାଲିମେଳା ବ୍ଲକ କଂଗ୍ରେସ ସଭାପତି ଅଶୋକ ମିସ୍ତ୍ରୀ ଙ୍କ ନେତୃତରେ ବରିଷ୍ଠ କଂଗ୍ରେସ ନେତା ମାଲା ମାଢ଼ି, ଲ୍ୟାମ୍ପ ସଭାପତି ବୁଦ୍ରା କବାସି ଙ୍କ ସମେତ ବହୁ ନେତା କର୍ମୀ କାଲିମେଳା ମୁଖ୍ୟ ଛକ ଠାରେ ଜାତୀୟ ରାଜପଥ ଉପରେ ବ୍ୟାରିକେଡ ଦେଇ ରାସ୍ତା ଅବରୋଧ କରିବା ସହ ଦୋକାନ ବଜାର ବନ୍ଦ କରୁଥିବା ଦେଖିବାକୁ ମିଳିଛି l ବନ୍ଦ ପାଳନ ଯୋଗୁ ଅନ୍ତରାଜ୍ଯ ଯୋଗାଯୋଗ ବନ୍ଦ ହୋଇଥିବା ବେଳେ ଏମଭି 79, ମୋଟୁ ଏବଂ ପଡିଆ ବ୍ଲକ କୁ ମଧ୍ଯ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି l ବନ୍ଦ ପାଳନ ର ମୁଖ୍ୟ ଦାବି ମଧ୍ୟରେ ମାଲକାନଗିରି ଜିଲ୍ଲାର ସମସ୍ତ ମଣ୍ଡିର ଧାନ ଉଠାଇବା, ଅଦିନୀୟା କାଳ ବୈଶାଖୀରେ କ୍ଷତି ହେଇଥିବା ଧାନର କ୍ଷତି ପୁରଣ ଯୋଗାଇ ଦେବା, ଚାଷିଙ୍କୁ ୩ ବର୍ଷର ଖାଲିବସ୍ତାର ଟଙ୍କା ଫେରେଇବା ସିଲିଣ୍ଡର ଗ୍ୟାସ, ଡିଜେଲ ଓ ପେଟ୍ରୋଲ ଠିକ ସମୟରେ ଯୋଗାଇଦେବା ଭଳି ଦାବି ନେଇ ଆଜି ଏକ ଦିନିଆ ବନ୍ଦ ପାଳନ କରା ଯାଉଚି l ବନ୍ଦ ପାଳନ ଯୋଗୁ ଜାତୀୟ ରାଜପଥ ରେ ଯାଉଥିବା ସମସ୍ତ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି l ରାସ୍ତାର ଉଭୟ ପରେ ବସ ଟ୍ରକ ଏବଂ ଅନ୍ୟନ୍ୟ ଗାଡି ମୋଟର ଅଟକି ରହିଥିବା ଦେଖିବାକୁ ମିଳିଛି l ସୁରକ୍ଷା ଦୃଷ୍ଟିରୁ ପୋଲିସ କର୍ମୀ ମାନେ ଉପସ୍ଥିତ ରହିଛନ୍ତି l

Mar 25, 2026 - 11:28
 0  85
କଂଗ୍ରେସ ପକ୍ଷରୁ ମାଲକାନଗିରି ଜିଲ୍ଲା ରେ ବନ୍ଦ ପାଳନ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0