କାଲିମେଳା ବ୍ଲକ ରେ ୧୦ ତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ମାଲକାନଗିରି (୧୭/୦୪)ପ୍ରତୀକ ସମାଚାର -ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସଭାଗୃହ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର କର ଙ୍କ ସଭାପତିତ୍ୱ ରେ ୧୦ ତମ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି | ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷ୍ୟା ସୁଭାଷିନୀ ସୋଡି,ଉପାଧ୍ୟକ୍ଷ ଲଷ୍ମୀଧର ମାଡକାମୀ,ଜିଲ୍ଲାପରିଷଦ ସଦସ୍ୟା ୧ ଅପର୍ଣ୍ଣା ମଣ୍ଡଳ, ୨ ର ମମତା ପଡିଆମୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଏବଂ ଜୋନ ୩ର ସଦସ୍ୟ ପତିତପାବନ ବୈଦ୍ୟ, ବ୍ଲକ ବିଧାୟକ ପ୍ରତିନିଧି ହର ବିଳାସ ମଣ୍ଡଳ ଏବଂ ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଗୋବିନ୍ଦ ସିଲ ପ୍ରମୁଖ ଉପସ୍ଥିତ ଥିଲା | ଜି ପି ଡି ଇ ଓ ଜଗନ୍ନାଥ ମଣ୍ଡଳ ବୈଠକ ପରିଚାଳନା କରିଥିଲେ | ଏହି ବୈଠକ ରେ ୨୩ ଗୋଟି ପଂଚାୟତ ର ସମସ୍ତ ସମିତି ସଦସ୍ୟ ଏବଂ ସରପଞ୍ଚ ମାନେ ଉପସ୍ଥିତ ରହି ସେମାନଙ୍କ ପଂଚାୟତ ର ବିଭିନ୍ନ ପ୍ରକାର ଉନ୍ନତି କରଣ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ | ମୁଖତଃ ଗ୍ରୀଷ୍ମ ଋତୁ ଆଗମନ ହୋଇଥିବା ରୁ ଜଳ ସଙ୍କଟକୁ ଏଡାଇବା ପାଇଁ ବୋରିଂ ଖନନ ଏବଂ ବିଦ୍ୟାଳୟ ରେ ଶୌଚାଳୟ ନିର୍ମାଣ ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଇଥିଲା |ନାଲଗୁଣ୍ଠି ପଞ୍ଚାୟତ ର ଉଚ୍ଚ ବିଦ୍ୟାଳୟ ରେ ଅଧିକ ଶିକ୍ଷକ ନିୟଜିତ ପାଇଁ ପଞ୍ଚାୟତ ର ସରପଞ୍ଚ ସୁକାନ୍ତି ମାଡି ଦାବି ଜଣାଇ ଥିଲେ | ବୈଠକ ରେ ସମସ୍ତ ବିଭାଗ ଯଥା ଗ୍ରାମ୍ୟ ଉନ୍ନୟନ ବିଭାଗ ର ଯନ୍ତ୍ରୀ, ଫୀସରୀ ବିଭାଗ ର ଅଧିକାରୀ, ଶିକ୍ଷା, ପରିମଳ, ଇରିଗେଶନ ତହସିଲ, ଆଇ ସି ଡି ଏସ, ଓ ଏଲ ଏମ, ଜଙ୍ଗଲ ବିଭାଗ ର ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ |

Apr 18, 2026 - 07:01
 0  57
କାଲିମେଳା ବ୍ଲକ ରେ ୧୦ ତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0