କ୍ଲାସ୍ ଚାଲିଥିବା ବେଳେ ଛାତରୁ ଖସିଲା କଂକ୍ରିଟ୍, ଆହତ ଅଷ୍ଟମ ଶ୍ରେଣୀ ଛାତ୍ର

ମାଲକାନଗିରି (୦୧/୧୦)ପ୍ରତୀକ ସମାଚାର - କ୍ଲାସ୍ ଚାଲିଥିବା ବେଳେ ବିଦ୍ୟାଳୟ ଛାତରୁ କଂକ୍ରିଟ୍ ଖସି ପଡ଼ି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଆହତ ହୋଇଛନ୍ତି। ଏଭଳି ଅଘଟଣ ଘଟିଛି ଚିତ୍ରକୋଣ୍ଡା ପିଏମ୍‌ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ।ସୂଚନା ଅନୁସାରେ, ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ସମୟରେ ହଠାତ୍ ଛାତରୁ କଂକ୍ରିଟ୍‌ର ଏକ ଅଂଶ ଖସି ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରଙ୍କ ଉପରେ ପଡ଼ିଥିଲା। ଫଳରେ ଛାତ୍ରଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଆହତ ଛାତ୍ରଙ୍କ ମୁଣ୍ଡରେ ୫ଟି ଷ୍ଟିଚ୍ ପଡ଼ିଥିବା ଜଣାପଡ଼ିଛି। ଘଟଣା ପରେ ଆହତ ଛାତ୍ରଙ୍କୁ ତୁରନ୍ତ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ବର୍ତ୍ତମାନ ସେଠାରେ ଛାତ୍ରଙ୍କ ଚିକିତ୍ସା ଚାଲିଛି।କ୍ଲାସ୍‌ରୁମ୍‌ରେ ପାଠପଢ଼ା ସମୟରେ ଏଭଳି ଘଟଣା ଘଟିବାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ବିଦ୍ୟାଳୟ ଭବନର ସୁରକ୍ଷା ଓ ଛାତର ଅବସ୍ଥା ଯାଞ୍ଚ କରିବା ସହ ଏଭଳି ଘଟଣାର ପୁନରାବୃତ୍ତି ଯେପରି ନ ହୁଏ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି। ପ୍ରଧାନଶିକ୍ଷୟିତ୍ରୀ ଜାନକୀ ହନ୍ତାଳ କହିଛନ୍ତି ଛାତରୁ କଂକ୍ରିଟ ଖସିବା ଯୋଗୁଁ ସୁରେଶ କୁଣ୍ଡାଲଙ୍କ ମୁଣ୍ଡ ରେ ପାଞ୍ଚୋଟି ଷ୍ଟିଚ ପଡ଼ିଛି। ଡାକ୍ତର କହିଛନ୍ତି ଛାତ୍ର ଙ୍କ ପ୍ରତି କୌଣସି ବିପଦ ନାହିଁ।

Oct 2, 2026 - 05:26
 0  63
କ୍ଲାସ୍ ଚାଲିଥିବା ବେଳେ ଛାତରୁ ଖସିଲା କଂକ୍ରିଟ୍, ଆହତ ଅଷ୍ଟମ ଶ୍ରେଣୀ ଛାତ୍ର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0