ଜଙ୍ଗଲ ନିଆଁ ନିୟନ୍ତ୍ରଣ ଓ ବନ୍ୟଜନ୍ତୁ ସୁରକ୍ଷା ନେଇ ସଚେତନତା ଶିବିର
ମାଲକାନଗିରି (୧୩/୦୩)ପ୍ରତୀକ ସମାଚାର -ମାଲକାନଗିରି ଜିଲ୍ଲା ମୋଟୁ ବନାଞ୍ଚଳ ପକ୍ଷ୍ୟରୁ ଏମଭି ୭୯ ଠାରେ ଜଙ୍ଗଲ ନିଆଁ ନିୟନ୍ତ୍ରଣ ଓ ବନ୍ୟଜନ୍ତୁ ସୁରକ୍ଷା ନେଇ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୋଟୁ ବନବିଭାଗ ଏମଭି ୭୯ ସ୍ଥିତ ରେଞ୍ଜ୍ କାର୍ଯ୍ୟାଳୟ ଠାରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ କରଯାଇଛି l ଏହି କାର୍ଯ୍ୟକ୍ରମ ରେ ଏ.ସି.ଏଫ. ମୋନସୁନ ଖେମୁଣ୍ଡୁ , ରେଞ୍ଜ ଅଫିସର ତନୁଜା କାର୍ତିକି ,ପରିଚାଳନା ରେ ତପନ କୁମର ସାହା , ମୋଟୁ ଫରେଷ୍ଟର ମୁରଲୀ ଧର ଅନୁଗୁଳିଆ, ଦୀପଙ୍କର ଶିଉଳି ଫରେଷ୍ଟର ଏବଂ ଅତିଥି ଭାବେ ଏମଭି–୭୯ ଡଃ ଶ୍ୟାମା ପ୍ରସାଦ ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ତିନି ଅଧ୍ୟକ୍ଷା ପ୍ରଭାସିନୀ ମହାପାତ୍ର ସହ ଆଖ ପାଖ ଗ୍ରାମ ର ଭି. ଏସ. ଏସ. ମେମ୍ବର ଓ ଗ୍ରାମ ବାସୀ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ବଣ ଅଗ୍ନିକୁ ରୋକିବା ପାଇଁ ଅଣ୍ଟା ଭିଡିଲା ବନ ବିଭାଗ ଗ୍ରୀଷ୍ମ ଋତୁ ପୂର୍ବରୁ ଜଙ୍ଗଲକୁ ନିଆଁରୁ ରକ୍ଷା କରିବା ପାଇଁ ମୋଟୁ ରେଞ୍ଜ ଅଫିସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଜଙ୍ଗଲ ସୁରକ୍ଷା କମିଟିର ସଭାପତିମାନଙ୍କୁ ସାମିଲ କରାଯାଇ ନିଆଁ ଲିଭାଇବାର ବିଭିନ୍ନ କୌଶଳ ଶିଖାଯାଇଛି। ବନ ବିଭାଗ ଅଧିକାରୀଙ୍କ କହିବା ଅନୁସାରେ, ଜଙ୍ଗଲ ହେଉଛି ଆମର ଜାତୀୟ ସମ୍ପତ୍ତି। ଏଥିରେ ନିଆଁ ଲାଗିଲେ ବହୁ ମୂଲ୍ୟବାନ ଗଛଲତା ଓ ପଶୁପକ୍ଷୀ ପ୍ରାଣ ହରାନ୍ତି। ତେଣୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଜଙ୍ଗଲକୁ "ଅଗ୍ନିମୁକ୍ତ" ରଖିବା ପାଇଁ ଏହି ପ୍ରୟାସ କରାଯାଇଛି। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମହିଳା ଓ ସ୍ଥାନୀୟ ଗ୍ରାମବାସୀମାନେ ମଧ୍ୟ ଜଙ୍ଗଲ ବଞ୍ଚାଇବାକୁ ଶପଥ ନେଇଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0