ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କ୍ରୟ କମିଟି ବୈଠକ: ମୁଗ, ବିରି ଓ ଚିନାବାଦାମର ଦର ଧାର୍ଯ୍ୟ*

ମାଲକାନଗିରି(୧୬/୪)ପ୍ରତୀକ ସମାଚାର - ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏଫଏଲସି ହଲ୍‌ଠାରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୦୨୫-୨୬ ରବି ଋତୁ ପାଇଁ ଜିଲ୍ଲାରେ ଉତ୍ପାଦିତ ହେଉଥିବା ମୁଗ, ବିରି ଓ ଚିନାବାଦାମର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯିବା ସହ ଶସ୍ୟ ସଂଗ୍ରହ ପ୍ରକ୍ରିୟା ଉପରେ ବିସ୍ତୃତ ଆଲୋଚନା ହୋଇଛି। ଏହି ବୈଠକରେ ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଅନିଲ କୁମାର ପ୍ରହରାଜ, ସମବାୟ ସମିତି ସମୂହର ଉପ-ନିବନ୍ଧକ ଥିଓଫିଲ ଶବର, ମାର୍କଫେଡ୍‌ର ଆଞ୍ଚଳିକ ପରିଚାଳକ ଚନ୍ଦ୍ର ସେଠିଆ, ଆରଏମସି ସମ୍ପାଦକ ସଞ୍ଜୟ କୁମାର ଦାସ, ସାଂସଦ ପ୍ରତିନିଧି ସଞ୍ଜୟ ସରକାର ଏବଂ ସମସ୍ତ ବ୍ଲକ କୃଷି ଅଧିକାରୀମାନେ ଉପସ୍ଥିତ ଥିଲେ।ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, କୌଣସି ପ୍ରକୃତ ଚାଷୀ ଯେପରି ଶସ୍ୟ ବିକ୍ରୟରୁ ବଞ୍ଚିତ ନ ହୁଅନ୍ତି ଏବଂ ମଣ୍ଡିରେ ସେମାନଙ୍କ ପାଇଁ ପାନୀୟ ଜଳ ଓ ବିଶ୍ରାମାଗାର ଭଳି ସମସ୍ତ ମୌଳିକ ସୁବିଧା ଉପଲବ୍ଧ ହୁଏ, ତାହା ପ୍ରଶାସନ ପକ୍ଷରୁ ନିଶ୍ଚିତ କରାଯିବ। ସେହିପରି ସମବାୟ ଅଧିକାରୀଙ୍କୁ ସମବାୟ ସମିତି ଜରିଆରେ ହେଉଥିବା ପଞ୍ଜିକରଣ ପ୍ରକ୍ରିୟାକୁ ସ୍ୱଚ୍ଛ ରଖିବା ସହ ମଧ୍ୟସ୍ଥିମାନଙ୍କ ପ୍ରାଦୁର୍ଭାବ ରୋକିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଙ୍କୁ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କ ଜରିଆରେ ଚାଷୀଙ୍କୁ ମଣ୍ଡି ତାରିଖ ଓ ସରକାରୀ ଦର ସମ୍ପର୍କରେ ସଚେତନ କରିବାକୁ ଏବଂ ଫସଲର ଗୁଣବତ୍ତା ଯାଞ୍ଚ କରିବାକୁ ଦାୟିତ୍ୱ ଦିଆଯାଇଛି।ସାମଗ୍ରିକ ଭାବେ ଏହି ବୈଠକରେ ଚାଷୀଙ୍କ ସ୍ୱାର୍ଥ ରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି। ସରକାରଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ମୂଲ୍ୟରେ ଯେପରି ସୁବିଧାରେ ଚାଷୀମାନେ ନିଜର ଶସ୍ୟ ବିକ୍ରି କରିପାରିବେ, ସେଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

Apr 16, 2026 - 20:24
Apr 16, 2026 - 20:27
 0  29
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କ୍ରୟ କମିଟି ବୈଠକ: ମୁଗ, ବିରି ଓ ଚିନାବାଦାମର ଦର ଧାର୍ଯ୍ୟ*

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0