ଜିଲ୍ଲାପାଳଙ୍କ ମାଲକାନଗିରି ବିମାନବନ୍ଦରର ବିକାଶ ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା* ସୋମବାର ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ*

ମାଲକାନଗିରି(୨୦/୩)ପ୍ରତୀକ ସମାଚାର - ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ମାଲକାନଗିରି ବିମାନବନ୍ଦରର ଅଗ୍ରଗତି କାର୍ଯ୍ୟ ଏବଂ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଏହି ପରିଦର୍ଶନ ସମୟରେ ବିମାନବନ୍ଦରର ବିଭିନ୍ନ ବୈଷୟିକ ଦିଗ ଏବଂ ଯାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି ସମୀକ୍ଷା ବୈଠକରେ ପୂର୍ତ୍ତ ବିଭାଗ ଓ ନଗର ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ସମେତ ମାଲକାନଗିରି ଉପ-ଜିଲ୍ଲାପାଳ ଉପସ୍ଥିତ ଥିଲେ। ବିମାନବନ୍ଦର ପରିସରରେ ରହିଥିବା ବିଭିନ୍ନ ଭିତ୍ତିଭୂମି ସମସ୍ୟା ଓ ଏହାର ସମାଧାନ ନେଇ ଅଧିକାରୀମାନଙ୍କ ସହ ଜିଲ୍ଲାପାଳ ବିସ୍ତୃତ ଆଲୋଚନା କରିଥିଲେ। ଜିଲ୍ଲାପାଳ ବିମାନବନ୍ଦର ସମ୍ବନ୍ଧୀୟ ଜମି କିମ୍ବା ଅନ୍ୟାନ୍ୟ ଗଣନା କାର୍ଯ୍ୟ ଶେଷ କରି ଆସନ୍ତା ସୋମବାର ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ତହସିଲ ଟିମ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ସୁରକ୍ଷା ଓ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ମଧ୍ଯ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବିମାନବନ୍ଦରର ସୁରକ୍ଷା ପାଇଁ ଉପଲବ୍ଧ ପୋଲିସ ବାହିନୀ ଦ୍ୱାରା ଏକ ସ୍ୱତନ୍ତ୍ର ପାଟ୍ରୋଲିଂ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ଉପ-ଜିଲ୍ଲାପାଳ ଏବଂ ଆରଆଇଙ୍କୁ ଦାୟିତ୍ୱ ଦିଆଯାଇଛି। ବିମାନବନ୍ଦରରୁ ନିୟମିତ ବିମାନ ଚଳାଚଳ ପୂର୍ବରୁ ସମସ୍ତ ପ୍ରକାର ବାଧାବିଘ୍ନ ଦୂର କରିବା ପାଇଁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

Mar 20, 2026 - 19:26
 0  50
ଜିଲ୍ଲାପାଳଙ୍କ ମାଲକାନଗିରି ବିମାନବନ୍ଦରର ବିକାଶ ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା* ସୋମବାର ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ*

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0