ଜିଲ୍ଲାସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ପାଳିତ*

ମାଲକାନଗିରି(୨୯/୩)ପ୍ରତୀକ ସମାଚାର - ମାଲକାନଗିରି ମହାବିଦ୍ୟାଳୟ ପରିସରରେ ଜିଲାସ୍ତରୀୟ ମହାନ ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନେ ମହାବିଦ୍ୟାଳୟ ପରିସରରେ ଥିବା ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଥିଲେ ଯେ, ଆମକୁ ନିଜ ଅଞ୍ଚଳର ଇତିହାସ ବିଷୟରେ ଜାଣିବାର ଆବଶ୍ୟକତା ରହିଛି। ପଛୁଆ ମନଭାବ ତ୍ୟାଗ କରି ଶହୀଦ ଲକ୍ଷ୍ମଣ ନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ହେବ।ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ କହିଥିଲେ, ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ କେବଳ ଇତିହାସର ଏକ ପୃଷ୍ଠା ନୁହେଁ, ବରଂ ଛାତ୍ର ସମାଜ ପାଇଁ ଦେଶପ୍ରେମ ଓ ସାହସିକତାର ଏକ ଜ୍ୱଳନ୍ତ ଉଦାହରଣ। ତାଙ୍କ ଜୀବନୀରୁ ଶିକ୍ଷାଲାଭ କରି ଛାତ୍ରମାନେ ନିଜ ସମାଜ ପ୍ରତି କର୍ତ୍ତବ୍ୟନିଷ୍ଠ ହେବା ଉଚିତ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ବାରିକ୍ ନିଜ ଅଭିଭାଷଣରେ କହିଥିଲେ,ମାଲକାନଗିରି ମାଟିର ଏହି ମହାନ ସନ୍ତାନଙ୍କୁ ସ୍ମରଣ କରିବା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଶିକ୍ଷା ସହିତ ମାନବିକତା ଏବଂ ନିଜ ମାଟି ପାଇଁ କିଛି କରିବାର ସଂକଳ୍ପ ନେବା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହେବ।ଏହି ଅବସରରେ ଡ଼ଃ ରଞ୍ଜନ ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ରତ୍ନାକର ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ କର୍ମଚାରୀ ହରେକୃଷ୍ଣ କୀର୍ତ୍ତନିଆଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ, ଅଧ୍ୟାପକ ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Mar 29, 2026 - 19:38
 0  44
ଜିଲ୍ଲାସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ପାଳିତ*

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0