ବାଲିମେଳାରେ ଜିଲ୍ଲା ଭାଜପାର ମାସିକ ସାଙ୍ଗଠନିକ ବୈଠକ ଓ ସନ୍ଥ ରବିଦାସଙ୍କ ପବିତ୍ର ସ୍ମୃତି ସହ ଆଧ୍ୟାତ୍ମିକ ପର୍ବ କୁ ଗୁରୁତ୍ଵ ।

ମାଲକାନଗିରି (୧୬/୦୮)ପ୍ରତୀକ ସମାଚାର -ବାଲିମେଳା ଟାଉନ୍ ହଲ୍ କାର୍ଯ୍ୟାଳୟ ପରିସରରେ ଆଜି ସକାଳ ୧୦ଟା ସମୟରେ ମାଲକାନଗିରି ଜିଲ୍ଲା ଭାଜପାର ମାସିକ ମଣ୍ଡଳସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାର ସମସ୍ତ ମଣ୍ଡଳର ସଭାପତି, ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାମାନେ ବୈଠକରେ ଯୋଗଦେଇ ସଂଗଠନର ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିଥିଲେ। ବୈଠକରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଭାପତି ଅଶୋକ ପରିଡ଼ା, ମୁଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ଉପସଭାପତି ରମେଶ ସାହୁ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଓ ବିଧାୟକ ନରସିଂହ ମାଡକାମି ଯୋଗଦେଇଥିଲେ। ନେତୃବୃନ୍ଦ ତୃଣମୂଳସ୍ତରରୁ ଦଳୀୟ ସଂଗଠନକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା ସହ ଆଗାମୀ ଦିନର ରାଜନୈତିକ ରଣନୀତିକୁ ସୁଚାରୁ ଭାବେ ପରିଚାଳନା କରିବା ଉପରେ ମତବିନିମୟ କରିଥିଲେ। ବୈଠକରେ ଶକ୍ତିକେନ୍ଦ୍ର, ବୁଥ୍ କମିଟି, BLA-2 ଏବଂ ଅନ୍ୟାନ୍ୟ ସାଙ୍ଗଠନିକ କାର୍ଯ୍ୟକଳାପକୁ ନିର୍ଦ୍ଦେଶାନୁସାରେ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା ନେଇ ଆଲୋଚନା ହୋଇଥିଲା। ଦଳର ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶକୁ ମଣ୍ଡଳ ଓ ବୁଥ୍ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇ ତାହାର ସଫଳ ରୂପାୟଣ ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ଦାୟିତ୍ୱବୋଧ ସହ କାର୍ଯ୍ୟ କରିବାକୁ ନେତୃବୃନ୍ଦ ପରାମର୍ଶ ଦେଇଥିଲେ। ବୈଠକ ଅବସରରେ ହରିଦ୍ୱାରରୁ ଆସିଥିବା ସନ୍ଥ ରବିଦାସଙ୍କ ଆଶ୍ରମର ପବିତ୍ର ମୃତ୍ତିକା କଳଶ ମାଲକାନଗିରିର ବ୍ରହ୍ମଚାରୀ ମାଧବଚୈତନ୍ୟ ମହାରାଜ ଓ ସନ୍ଥ ଆନନ୍ଦ ସନ୍ୟାସୀଙ୍କୁ ପ୍ରଦାନ କରାଯାଇଥିଲା। ଏହି ଅବସରରେ ସନ୍ଥ ରବିଦାସଙ୍କ ଆଦର୍ଶ, ସାମାଜିକ ସମାନତା ଓ ମାନବୀୟ ମୂଲ୍ୟବୋଧକୁ ସ୍ମରଣ କରାଯାଇଥିଲା। ଆଜିର ବୈଠକରେ ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତିଙ୍କ ସମେତ ୧୦୦ରୁ ଊର୍ଦ୍ଧ୍ୱ ଦଳୀୟ କାର୍ଯ୍ୟକର୍ତ୍ତା, ବିଭିନ୍ନ ମୋର୍ଚ୍ଚାର ମୁଖ୍ୟ, ୱାର୍ଡ ସଂଯୋଜକ ଏବଂ ସ୍ଥାନୀୟ ବୁଥ୍ ସଭାପତିମାନେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ବୁଥ୍‌ଠାରୁ ମଣ୍ଡଳ ପର୍ଯ୍ୟନ୍ତ ସଂଗଠନକୁ ଅଧିକ ସକ୍ରିୟ କରିବା ସହ ଜନସମ୍ପର୍କ ଓ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଗତିଶୀଳ କରିବା ଉପରେ ବୈଠକରେ ଆହ୍ୱାନ ଦିଆଯାଇଥିଲା।

Aug 16, 2026 - 19:02
 0  100
ବାଲିମେଳାରେ ଜିଲ୍ଲା ଭାଜପାର ମାସିକ ସାଙ୍ଗଠନିକ ବୈଠକ ଓ ସନ୍ଥ ରବିଦାସଙ୍କ ପବିତ୍ର ସ୍ମୃତି ସହ ଆଧ୍ୟାତ୍ମିକ ପର୍ବ କୁ ଗୁରୁତ୍ଵ ।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0