ମାଥିଲି ବ୍ଲକ୍‌ର ବିଭିନ୍ନ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ଅଚାନକ ପରିଦର୍ଶନ

ମାଲକାନଗିରି(୨୨/୮)ପ୍ରତୀକ ସମାଚାର - ମାଥିଲି ବ୍ଲକ୍‌ର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଥିବା ବିଦ୍ୟାଳୟ ଗୁଡ଼ିକରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଅଚାନକ ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ସେ ସମୟାନୁବର୍ତ୍ତିତା, ଶ୍ରେଣୀଗୃହରେ ପାଠପଢ଼ାର ସ୍ଥିତି, ବିଦ୍ୟାଳୟର ଉପକରଣ ଗୁଡ଼ିକର ବ୍ୟବହାର ଏବଂ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିଥିଲେ। ସଲପାଗୁଡ଼ା ଓ ସିନ୍ଧାବେଡ଼ା ବିଦ୍ୟାଳୟଗୁଡ଼ିକରେ ଶିକ୍ଷକମାନେ ନିଷ୍ଠାର ସହ ପାଠ ପଢ଼ାଉଥିବା ଦେଖି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପାଣିଗ୍ରାହୀ ସନ୍ତୋଷ ପ୍ରକାଶ କରିଥିଲେ। ସିନ୍ଧାବେଡ଼ା ବିଦ୍ୟାଳୟଠାରେ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକମାନଙ୍କ ସହ 'ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ'ର ଜମି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଏହାପରେ ସାବେରୀ ଉଚ୍ଚ ବିଦ୍ୟାଳୟ, କିଆଙ୍ଗରେ ଜିଲ୍ଲା ଶିକ୍ଷା ଅଧିକାରୀ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ମିଶି ସେମାନଙ୍କ ହିନ୍ଦୀ ପାଠପଢ଼ାର ଅନୁଧ୍ୟାନ କରିଥିଲେ। ଶେଷରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ମାର୍କାପାଲିରେ ବିଦ୍ୟାଳୟରୁ ମଝିରୁ ପାଠ ଛାଡ଼ିବା ସମସ୍ୟା ରୋକିବା ପାଇଁ ଏବଂ ଦଶମ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ଯେପରି ଏକାଦଶ ଶ୍ରେଣୀରେ ନାମ ଲେଖାଇବେ, ତାହା ସୁନିଶ୍ଚିତ କରିବାକୁ ପ୍ରଧାନଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ। ପରିଦର୍ଶନ ସମୟରେ ସମସ୍ତ ବିଦ୍ୟାଳୟରେ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ସୁଚାରୁରୂପେ ପାଠ ପଢ଼ାଉଥିବା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି। ତେବେ କେତେକ ବିଦ୍ୟାଳୟରେ ଫାଟକ, ରାମ୍ପ୍ ଏବଂ କାନ୍ଥ ମରାମତି ଆବଶ୍ୟକ ଥିବା ଜଣା ପଡିଛି।

Aug 22, 2026 - 14:50
 0  46
ମାଥିଲି ବ୍ଲକ୍‌ର ବିଭିନ୍ନ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ଅଚାନକ ପରିଦର୍ଶନ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0