ମାନ୍ୟମକୋଣ୍ଡା ରୁ ସୀତାପାଲି ଯିବା ରାସ୍ତା ରେ ଗଛ ପଡି ଯାତାୟାତ ବାଧାପ୍ରାପ୍ତ
ମାଲକାନଗିରି (୦୨/୦୭)ପ୍ରତୀକ ସମାଚାର -ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ବିଭିନ୍ନ ଅଞ୍ଚଳ ରେ ଗତ ତିନି ଦିନ ଧରି ଲାଗି ରହିଥିବା ଝିପିଝିପି ବର୍ଷା ଯୋଗୁଁ ମାନ୍ୟମକୋଣ୍ଡା ପଞ୍ଚାୟତ ର ସିତାପାଲି ଘାଟି ରାସ୍ତାରେ ପାହାଡ଼ ଧସି ମାଟି, ପଥର ଓ ବଡ଼ ବଡ଼ ଗଛ ରାସ୍ତା ଉପରେ ପଡ଼ିଛି। ସିତାପାଲି ଗାଁକୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଯାଇଛି, ଯାହାଫଳରେ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳ ସଡ଼କ ଯୋଜନାରେ ପୋଣାରୁ ସିତାପାଲି ଦେଇ ଗୁଣ୍ଠାବେଡ଼ା ପର୍ଯ୍ୟନ୍ତ ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ଗତବର୍ଷ ନିର୍ମିତ ରାସ୍ତା ପ୍ରଥମ ବର୍ଷାରେ ହିଁ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ମାଲକାନଗିରି ପ୍ରଶାସନ ଦ୍ୱାରା କେବେ ରାସ୍ତା ସଫା କରି ଯାତାୟାତକୁ ସ୍ୱାଭାବିକ କରାଯିବ , ସେଥିପ୍ରତି ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ଆଲୋଚନା ହେଉଛି ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0