ମାଲକାନଗିରି ଜିଲ୍ଲାରେ ବନ୍ୟା, କାଙ୍ଗୁରୁକୋଣ୍ଡା ଏବଂ ପୋଟେରୁ ରେ ଡ୍ରାଇଭର ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ
ମାଲକାନଗିରି (୧୨/୦୯)ପ୍ରତୀକ ସମାଚାର -ଲଗାଣ ତିନିଦିନ ଧରି ମାଲକାନଗିରି ଜିଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାଯୋଗୁଁ ପୋଟେରୁ ଏବଂ କାଙ୍ଗାରୁକୋଣ୍ଡା ନଦୀରେ ବନ୍ୟା ହୋଇ ଜାତୀୟ ରାଜପଥ ୩୨୬ ରେ ଥିବା ପୋଲ ଉପରେ ତିନି ରୁ ଚାରି ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି | ଯାହାଫଳରେ ଆନ୍ଧ୍ର ରୁ ଜୟପୁର ଯାଉଥିବା ଟ୍ରକ ବସ ଗୁଡିକ ଯାତାୟାତ ରେ ବାଧା ସୃଷ୍ଟି ହୋଇଛି | ତେଣୁ ସେମାନେ ପୋଲ ର ଦୁଇପାର୍ଶ୍ଵରେ ଅଟକି ରହିଯାଇଛନ୍ତି | ସେମାନଙ୍କୁ କାଙ୍ଗୁରୁକୋଣ୍ଡା ଏବଂ ବଦଲୀ ପଞ୍ଚାୟତ ତରଫରୁ ରାନ୍ଧଖାଦ୍ୟ ଏବଂ ପାଣି ଯୋଗାଇ ଦିଆଯାଇଛି | କାଲିମେଳା ପୋଲିସ ଏବଂ ବ୍ଲକ ପ୍ରଶାସନ ସଜାଗ ରହି କୌଣସି ଯାତ୍ରୀ ଙ୍କୁ ପୋଲ ଦେଇ ନ ଯିବାପାଇଁ ବରଣ କରୁଛନ୍ତି |
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
0
Wow
0