ମାଲକାନଗିରି: ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅନ୍‌ଲାପଦର ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି(,୧୦/୦୯)ପ୍ରତୀକ ସମାଚାର - ମାଲକାନଗିରି ଜିଲ୍ଲାର ୩୨୬ ନଂ ଜାତୀୟ ରାଜପଥରେ ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଅନ୍‌ଲାପଦରର ଛାତ୍ରଛାତ୍ରୀ, ଭାରପ୍ରାପ୍ତ ଅଧ୍ୟକ୍ଷା ଏବଂ ସମସ୍ତ କର୍ମଚାରୀଙ୍କ ମିଳିତ ଆନୁକୂଲ୍ୟରେ ଏକ ବ୍ୟାପକ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ​ସଦର ମଡେଲ ଥାନା ମାଲକାନଗିରି ଏବଂ ଆର.ଟି.ଓ. ମାଲକାନଗିରିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ମାର୍ଗଦର୍ଶନରେ ଏହି ଅଭିଯାନ ସଫଳତାର ସହ ସମ୍ପାଦିତ ହୋଇଛି। ​ ମାତ୍ର ୨ ଘଣ୍ଟା ମଧ୍ୟରେ ଛାତ୍ରଛାତ୍ରୀମାନେ ରାସ୍ତାରେ ଯାତାୟାତ କରୁଥିବା ୯୦ ରୁ ଊର୍ଦ୍ଧ୍ୱ ବାଇକ୍ ଚାଳକ ଏବଂ ୪୦ ରୁ ଊର୍ଦ୍ଧ୍ୱ ଚାରିଚକିଆ ଯାନ ଚାଳକଙ୍କୁ ଫୁଲ ଦେଇ ଶ୍ରଦ୍ଧାର ସହ ହେଲମେଟ୍ ଓ ସିଟ୍‌ବେଲ୍ଟ ପିନ୍ଧିବାର ଆବଶ୍ୟକତା ସମ୍ପର୍କରେ ସଚେତନ କରାଇଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ହାତରେ ସଚେତନତା ଫଳକ ଧରି ସଡ଼କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ସ୍ଲୋଗାନ ଦେଇ ଏକ ବାଲିଶୋଭାଯାତ୍ରା କରିଥିଲେ। ​ବିଦ୍ୟାଳୟର ସୀନିଅର ତଥା ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ତପସ୍ୱିନୀ କୋହରଙ୍କ ପ୍ରତ୍ୟକ୍ଷ ସଂଯୋଜନା ଓ ବିଦ୍ୟାଳୟ କର୍ମଚାରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା। ​ସ୍ଥାନୀୟ ଜନସାଧାରଣ ଓ ଗାଡ଼ି ଚାଳକମାନେ ଛାତ୍ରଛାତ୍ରୀଙ୍କ ଏହି ଅଭିନବ ପ୍ରୟାସକୁ ବହୁତ ପ୍ରଶଂସା କରିଛନ୍ତି।

Sep 10, 2026 - 16:16
 0  95
ମାଲକାନଗିରି: ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅନ୍‌ଲାପଦର ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0