ମାଲକାନଗିରିରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ ଅନୁଷ୍ଠିତ: ୧ ଲକ୍ଷ ୪୦ ହଜାରରୁ ଊର୍ଦ୍ଧ୍ୱ ମହିଳା ଉପକୃତ*

ମାଲକାନଗିରି(୨୮/୦୮)ପ୍ରତୀକ ସମାଚାର - ପବିତ୍ର ରକ୍ଷାବନ୍ଧନ ଅବସରରେ ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ ଉତ୍ସାହର ସହିତ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ, ସ୍ୱାବଲମ୍ବୀ ଓ ସମ୍ମାନଜନକ ଜୀବନଯାପନ ପାଇଁ ସୁଯୋଗ ପ୍ରଦାନ କରୁଥିବା ଏକ ଐତିହାସିକ ପଦକ୍ଷେପ। ଏହି ସହାୟତା ମାଧ୍ୟମରେ ମହିଳାମାନେ ପରିବାରର ଆବଶ୍ୟକତା, ପିଲାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଛୋଟ ବ୍ୟବସାୟର ବିକାଶ କରି ପରିବାରର ଆର୍ଥିକ ଉନ୍ନତିରେ ସକ୍ରିୟ ଭାଗୀଦାର ହୋଇପାରୁଛନ୍ତି। ସମାରୋହରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସୋଡି, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ସୁଚେତା ପଣ୍ଡା, ସମସ୍ତ ବ୍ଲକର ଶିଶୁ ସୁରକ୍ଷା ଅଧିକାରୀ, ପରିଦର୍ଶିକା ଏବଂ ବହୁ ସଂଖ୍ୟାରେ ସୁଭଦ୍ରା ହିତାଧିକାରୀ ମହିଳାମାନେ ଉପସ୍ଥିତ ରହିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମାଲକାନଗିରି ଜିଲ୍ଲାର ୧,୪୦,୦୦୦ ରୁ ଊର୍ଦ୍ଧ୍ୱ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଞ୍ଚମ କିସ୍ତି ଅର୍ଥରାଶି ହସ୍ତାନ୍ତର କରାଯାଇଛି। କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ, ପ୍ରକ୍ରିୟା ଏବଂ ଏହା ଦ୍ୱାରା ଉପକୃତ ହୋଇଥିବା ମହିଳାମାନଙ୍କ ସଫଳ କାହାଣୀ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଯାଇଥିଲା। ଏହା ସହିତ ସଂସ୍କୃତି ଭବନରେ ଉପସ୍ଥିତ ସମସ୍ତ ଅତିଥି ଓ ହିତାଧିକାରୀ ନୟାଗଡ଼ ଜିଲ୍ଲାରେ ଆୟୋଜିତ ରାଜ୍ୟସ୍ତରୀୟ ସୁଭଦ୍ରା କାର୍ଯ୍ୟକ୍ରମର ପ୍ରତ୍ୟକ୍ଷ ସିଧା ପ୍ରସାରଣ ଦେଖିଥିଲେ।

Aug 28, 2026 - 20:42
 0  108
ମାଲକାନଗିରିରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ ଅନୁଷ୍ଠିତ: ୧ ଲକ୍ଷ ୪୦ ହଜାରରୁ ଊର୍ଦ୍ଧ୍ୱ ମହିଳା ଉପକୃତ*

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0