ସାମ୍ବାଦିକ ଙ୍କୁ ମାରଣାତ୍ମକ ଆକ୍ରମଣ ର ପ୍ରତିବାଦ କରି ଏସ ୟୁ ଜେ ତରଫରୁ ଏସ ପି ଙ୍କୁ ଦାବିପତ୍ର ପ୍ରଦାନ

ମାଲକାନଗିରି (୨୪/୦୨)ପ୍ରତୀକ ସମାଚାର -ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଅଞ୍ଚଳର ସାମ୍ବାଦିକ ଶାନ୍ତନୁ କୁମାର ଭୁକ୍ତାଙ୍କୁ ହୋଇଥିବା ମରଣାତ୍ମକ ଆକ୍ରମଣ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି, ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଏହି ପରିପ୍ରେକ୍ଷିତରେ ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ), ଓଡ଼ିଶା – ମାଲକାନଗିରି ଜିଲ୍ଲା ଶାଖା ତରଫରୁ ରାଜ୍ୟ ପୋଲିସ ମହାନିର୍ଦେଶକ, କଟକ, ଓଡ଼ିଶାଙ୍କ ନାମରେ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସାମ୍ବାଦିକମାନଙ୍କ ସୁରକ୍ଷା ନିମନ୍ତେ ଶୀଘ୍ର ଓ କଠୋର ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଛି।

Feb 24, 2026 - 16:33
 0  129
ସାମ୍ବାଦିକ ଙ୍କୁ ମାରଣାତ୍ମକ ଆକ୍ରମଣ ର ପ୍ରତିବାଦ କରି ଏସ ୟୁ ଜେ ତରଫରୁ ଏସ ପି ଙ୍କୁ ଦାବିପତ୍ର ପ୍ରଦାନ

What's Your Reaction?

Like Like 2
Dislike Dislike 0
Love Love 1
Funny Funny 1
Angry Angry 0
Sad Sad 1
Wow Wow 1