ଏମଭି ୨୬ ଗାଁର କ୍ଷତିଗ୍ରସ୍ତଙ୍କ ପାଇଁ ସରକାର ପୁନଃ ବିଚାର କରିଛନ୍ତି : ବିଜେପି
ମାଲକାନଗିରି (୦୩/୦୩)ପ୍ରତୀକ ସମାଚାର -ମାଲକାନଗିରି, ଜିଲ୍ଲାର ବହୁ ଚର୍ଚ୍ଚିତ ରାଖାଲଗୁଡ଼ା ହତ୍ୟା ପରେ ଏମଭି ୨୬ନମ୍ବର ଗ୍ରାମରେ ଦୃର୍ବୁତ୍ତ ଙ୍କ ପୋଡ଼ାଜଳା ଘଟଣା ନେଇ ପିଡ଼ିତ ପରିବାରକୁ କ୍ଷତିପୂରଣ ବାବଦରେ, ରାଜ୍ୟ ସରକାର ପୂର୍ବରେ ଯେଉଁ ଅନୁଦାନ ରାଶି ଘୋଷଣା କରିଥିଲେ। ତାକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ ପିଡ଼ିତ ପରିବାର ଲୋକେ। ତେବେ ପୂନଃ ବିଚାର କରି ପୂର୍ବରେ ଘୋଷଣା କରିଥିବା ୭୫ ହଜାର ଏବଂ ୧୫ ହଜାର ଟଙ୍କା କୁ ବୃଦ୍ଧି କରି ବର୍ତ୍ତମାନ ୪କୋଟି ୬୫ଲକ୍ଷ ୪୭ହଜାର ୨ଶହ ୬୯ଟଙ୍କାକୁ ବୃଦ୍ଧି କରିଥିବା ନେଇ ଆଜି ମାଲକାନଗିରି ଜିଲ୍ଲା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗତ ଡିସେମ୍ବର ୭ ଓ ୮, ୨୦୨୫ରେ ଏମ୍ଭି-୨୬ ଗ୍ରାମରେ ଘଟିଥିବା ଦୁଃଖଦ ଘଟଣାରେ ପ୍ରାୟ ସମ୍ପୂର୍ଣ ଗାଁ ପ୍ରଭାବିତ ହୋଇଥିଲା । ତେବେ ଏହି କ୍ଷତିପୂରଣ ବାବଦକୁ ସରକାର ପୂର୍ବ ଘୋଷଣା ରାଶି ଅପେକ୍ଷା ବର୍ତ୍ତମାନ ୪ ଗୁଣାରୁ ଅଧିକ ରହିଛି । ଯାହା ଖୁବ୍ ଶୀଘ୍ର ମାଲକାନଗିରି ଜିଲ୍ଲାପାଳଙ୍କ ଦ୍ବାରା ବଣ୍ଟନ କରାଯିବ । ସରକାର ପୁନଃ ବିଚାର କରି ଏଭଳି ପଦକ୍ଷେପ ନେଇଥିବା ରୁ ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।କ୍ଷତିଗ୍ରସ୍ତ ଘରବାଡ଼ି, ଦୋକାନ, ଗୃହସ୍ଥାଳୀ ସାମଗ୍ରୀ, ଗାଡ଼ି, ପଶୁଧନ ଆଦିର କ୍ଷତି ପାଇଁ ଏହି କ୍ଷତିପୂରଣ ବ୍ୟବସ୍ଥା କରାଯାଇଛି ତତ୍ସହିତ ମୃତ ଲାକେ ପୋଡିଆମିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧିକରି ୨୦ ଲକ୍ଷ ଟଙ୍କା ପ୍ରଦାନ କରିବାର ସରକାର ନିଷ୍ପତ୍ତି ନେଇଛନ୍ତି ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0