କାଲିମେଳା ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମଧୁ ବାବୁ ଜୟନ୍ତୀ ପାଳିତ

ମାଲକାନଗିରି (୨୮/୦୪)ପ୍ରତୀକ ସମାଚାର - ଆଜି ମାଲକାନଗିରି ଜିଲ୍ଲା କାଲିମେଳା ସଦର ମହକୁମା ରେ ଥିବା ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମଧୁବାବୁ ଙ୍କ ୧୭୮ ତମ ଜୟନ୍ତୀ ପାଳିତ ହୋଇଯାଇଛି | ଏହି ଜୟନ୍ତୀ କୁ ସମ୍ବାଦ ପକ୍ଷରୁ ସ୍ୱାଭିମାନ ଦିବସ ରୂପେ ପାଳନ କରାଯାଉଛି | ଏହି ଉତ୍ସବ ରେ ମଞ୍ଚାସିନ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ପିତାମ୍ବର ପାଣି, ଜୟନ୍ତ କୁମାର ସାମଲ, ଉପଦେଷ୍ଟା ଅକ୍ଷୟ କୁମାର ପଣ୍ଡା ,ଅଧ୍ୟାପକ ପ୍ରକାଶ ଚନ୍ଦ୍ର ମିଶ୍ର, ଜବାନପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନବ କିଶୋରେ ମଲ୍ଲିକ, ସମ୍ବାଦ ସାହିତ୍ୟ ଘର ର ସଭାପତି ଧ୍ରୁବ ଚରଣ ନାୟକ ଏବଂ ସମ୍ବାଦ ସାହିତ୍ୟ ଘର ର ସଦସ୍ୟ କେ.ପୂର୍ଣ୍ଣ ଚନ୍ଦ୍ର ପାତ୍ର, ଆବାହକ ଦୁଃଶାସନ ମହାପାତ୍ର, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀକାନ୍ତ ପାଢି, ସମାଜସେବୀ ପ୍ରଶାନ୍ତ ଦ୍ବିବେଦୀ , ଉତ୍କଳ ସମାଜ ପ୍ରତିନିଧି ପ୍ରିୟ ରଞ୍ଜନ ପଣ୍ଡା,ଜ୍ଞାନେନ୍ଦ୍ର ପଣ୍ଡା, ଦିବ୍ୟ ଜ୍ୟୋତି ବାରିକ, ପୂର୍ଣ୍ଣ ଚନ୍ଦ୍ର ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ | ଉପସ୍ଥିତ ଅତିଥି ମାନେ ପ୍ରଥମେ ମଧୁ ବାବୁଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା | ମଧୁ ବାବୁ ଙ୍କ ଜନ୍ମ ଚରିତ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଗାଥା ର ଗୁଣଗାନ କରିଥିଲେ ଅତିଥି ମାନେ | ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର,ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ଜୋତା କାରିଗର ମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।

Apr 28, 2026 - 11:42
 0  46

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0