କାଲିମେଳା ବ୍ଲକ ରେ ଉତ୍କଳ ଦିବସ ପାଳିତ

କାଲିମେଳା (୦୧/୦୪)ପ୍ରତୀକ ସମାଚାର - ଆଜି ସାରା ଓଡିଶା ରେ ଉତ୍କଳ ଦିବସ ପାଳନ କରାଯାଇଛି | ସେହିପରି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ ହୋଇଛି | ବ୍ଲକ ପ୍ରାଙ୍ଗଣରେ ଥିବା ପୁଣ୍ୟାତ୍ମା ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର କର ମାଲ୍ୟାର୍ପଣ କରିଥିଲେ | ଗୋପବନ୍ଧୁ ଦାସ ଙ୍କ ସ୍ମୃତି ଚାରଣ କରିବା ସହ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଜୀବନରେ ନୈତିକତା ବିଷୟରେ ବୁଝାଇ ଥିଲେ | ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ସି ପି ଅଜିତ କୁମାର ପାଣିଗ୍ରାହୀ, ବରିଷ୍ଠ କିରାଣୀ ଶ୍ୟାମ ସୁନ୍ଦର ନାୟକ, ଅରୁଣ କୁମାର ମହାରଣା, ଜି ପି ଡି ଓ ଜଗନ୍ନାଥ ମଣ୍ଡଳ,ଏ ପି ଓ ମନୋଜ ବିଡିକା, ଓ ଏଲ ଏମ ବି ପି ଏମ ରତନ ମଣ୍ଡଳ,ଆଇ ସି ଆଇ ସି ଆଇ ବ୍ୟାଙ୍କ ମ୍ୟାନେଜର, ଜେ ଇ ସୁନନ୍ଦା କାନୁନଗୋ ଏବଂ କାଲିମେଳା ବ୍ଲକ କଲୋନୀ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ |

Apr 1, 2026 - 20:35
 0  73
କାଲିମେଳା ବ୍ଲକ ରେ ଉତ୍କଳ ଦିବସ ପାଳିତ

What's Your Reaction?

Like Like 3
Dislike Dislike 0
Love Love 0
Funny Funny 1
Angry Angry 0
Sad Sad 0
Wow Wow 0