ଭେଙ୍କେଟପଲମ ଗ୍ରାମ ରେ ଜଳ ଅର୍ପଣ ଦିବସ ଅନୁଷ୍ଠିତ
କାଲିମେଳା (୨୬/୦୨)ପ୍ରତୀକ ସମାଚାର -ଆଜି ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଙ୍କ ଦ୍ୱାରା କାଲିମେଳା ବ୍ଲକ ଭେଙ୍କେଟପାଲମ ପଞ୍ଚାୟତ ନିକଟରେ ପୋଟେରୁ ନଦୀ ରେ ହୋଇଥିବା ମେଗା ପାନୀୟ ଜଳ ପ୍ରକଳ୍ପ କୁ ଶୁଭାରମ୍ଭ କରି ଜଳ ଅର୍ପଣ ଦିବସ ରୂପେ ବିବେଚନା କରିଛନ୍ତି | ଏହି ପ୍ରକଳ୍ପ ସମସ୍ତ ନିୟନ୍ତ୍ରଣ ପଞ୍ଚାୟତ କୁ ହସ୍ତାନ୍ତର କରାଯାଇଛି | ପଞ୍ଚାୟତ ର ଆଖ ପାଖ ଅଞ୍ଚଳ ଯଥା କାଲିମେଳା, କୋଇମେଟଲା ଇତ୍ୟାଦି ପଞ୍ଚାୟତ ର ବାସିନ୍ଦା ପାନୀୟ ଜଳ ବ୍ୟବହାର କରିବେ | ଗ୍ରୀଷ୍ମ ଦିନେ ଜଳ ସଙ୍କଟ ରୁ ମୁକ୍ତି ମିଳିଲା ବୋଲି ଅଞ୍ଚଳ ବାସୀ ଖୁସି ବ୍ୟକ୍ତ କରିଛନ୍ତି | ଏହି କାର୍ଯ୍ୟକ୍ରମ ରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲାର ପ୍ରକଳ୍ପ ନିର୍ଦେଶକ ଦାଶରଥି ସରାବ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ, କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର କର,ଅଧିକ୍ଷଣ ଯନ୍ତ୍ରୀ ଜନକ ବଳବନ୍ତରାୟ,ଏ ଇ ଇ ଆର ଡବ୍ଲୁ ଏସ ଏସ କାଲିମେଳା ପିଠା ସୋରେନ, ଏ ଇ ଆର ଡବ୍ଲୁ ଏସ ଏସ କାଲିମେଳା ସୁକୁମାର ପ୍ରଧାନ, ପଞ୍ଚାୟତ ର ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବେନ୍ଦ୍ର ନାୟକ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କାଲିମେଳା ସୌମ୍ୟ ରଞ୍ଜନ ନାୟକ | ଉପସ୍ଥିତ ଥିଲେ | ସମସ୍ତ ଅଥିତି ଜଳ ର ଉପାଦେୟତା ଏବଂ ସଂରକ୍ଷଣ ଉପରେ ଉପସ୍ଥିତ ଜନସାଧାରଣ ଏବଂ ବିଦ୍ୟାଳୟ ର ପିଲାମାନଙ୍କୁ ବୁଝାଇଥିଲେ |ଏହି ଜଳ ଅର୍ପଣ ଦିବସ ଉପଲକ୍ଷେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା |ପରିଶେଷରେ ପିଲାମାନଙ୍କୁ ଖାଦ୍ୟ ପରସା ଯାଇଥିଲା |
What's Your Reaction?
Like
0
Dislike
1
Love
0
Funny
0
Angry
0
Sad
0
Wow
0