ମାଲକାନଗିରିରେ ଓଡ଼ିଆ ନାମ ଫଳକ ଲେଖା ଅଭିଯାନ: ଜିଲ୍ଲାପାଳଙ୍କ ଦ୍ୱାରା ଶୁଭାରମ୍ଭ*

ମାଲକାନଗିରି(୪/୪)ପ୍ରତୀକ ସମାଚାର - ଜିଲ୍ଲାରେ ଓଡ଼ିଆ ଭାଷାର ବ୍ୟାପକ ପ୍ରଚାର ଓ ପ୍ରସାର ଲକ୍ଷ୍ୟରେ ଏକ ସଚେତନତା ଶୋଭାଯାତ୍ରା ଓ ଓଡ଼ିଆ ନାମ ଫଳକ ଲେଖା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ ଡିଏନକେ ଖେଳ ପଡିଆ ପର୍ଯ୍ୟନ୍ତ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଜିଲ୍ଲାପାଳ କହିଛନ୍ତି ଯେ, ଓଡ଼ିଆ ଆମର ମାତୃଭାଷା ଏବଂ ଏହାର ସମ୍ମାନ ରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ। ସରକାରୀ ନିୟମ ଅନୁଯାୟୀ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟରେ ଓଡ଼ିଆ ଭାଷାରେ ନାମ ଫଳକ ଲେଖିବା ବାଧ୍ୟତାମୂଳକ। ଏହା କେବଳ ଏକ ଅଭିଯାନ ନୁହେଁ, ବରଂ ଆମ ଭାଷା ଓ ସଂସ୍କୃତି ପ୍ରତି ଆମର ଗର୍ବର ପ୍ରତୀକ ।ମାଲକାନଗିରିବାସୀ ଏହି ଅଭିଯାନରେ ସହଯୋଗ କରି ନିଜ ନିଜ ଦୋକାନ ଓ ପ୍ରତିଷ୍ଠାନରେ ଓଡ଼ିଆ ନାମ ଫଳକ ଲଗାଇବାକୁ ଜିଲ୍ଲପାଳ ଆହ୍ୱାନ କରିଛନ୍ତି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଏବଂ ପୌର ପରିଷଦ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ନାୟକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଅଭିଯାନ ପରିଚାଳିତ ହୋଇଥିଲା । ଏଥିରେ ସହାୟକ ଶ୍ରମ ଅଧିକାରୀ ତନ୍ମୟ ମଣ୍ଡଳ ଓ ବିଭାଗୀୟ କର୍ମଚାରୀ ଚିନ୍ମୟ ରାଉତରାୟ, ବିଜୟାନନ୍ଦ ପଣ୍ଡା, ରିଙ୍କୁ ରଞ୍ଜନ ଅଧିକାରୀ ଓ ସୋନାଲି ରାୟ ସହଯୋଗ କରିଥିଲେ । ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ଓଡ଼ିଆରେ ନାମ ଫଳକ ଲଗାଇବା ପାଇଁ ଏହି ଅଭିଯାନ ମାଧ୍ୟମରେ ସଚେତନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବାଣିଜ୍ୟ ସଂଘର ସଦସ୍ୟ ଗଣେଶ ସାହା, ସତ୍ୟ ନାରାୟଣ କଲେଜର ଛାତ୍ରଛାତ୍ରୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର କର୍ମଚାରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ।

Apr 4, 2026 - 13:30
 0  51
ମାଲକାନଗିରିରେ ଓଡ଼ିଆ ନାମ ଫଳକ ଲେଖା ଅଭିଯାନ: ଜିଲ୍ଲାପାଳଙ୍କ ଦ୍ୱାରା ଶୁଭାରମ୍ଭ*

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0