ମାଲକାନଗିରି ଜିଲ୍ଲାରେ ଗ୍ରୀଷ୍ମ ଛୁଟି ପରେ ସ୍କୁଲ ଖୋଲିଲା - ଅଧିକାରୀଙ୍କ ପରିଦର୍ଶନ, ସ୍ୱଚ୍ଛତା ଉପରେ ଗୁରୁତ୍ୱ
ମାଲକାନଗିରି(୧୮/୬)ପ୍ରତୀକ ସମାଚାର - ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗ୍ରୀଷ୍ମ ଛୁଟି ପରେ ଆଜି ଜୁନ୍ ୧୮ ତାରିଖରେ ମାଲକାନଗିରି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ପୁଣି ଖୋଲିଛି। ଏପ୍ରିଲ୍ ୨୭ରୁ ଅସହ୍ୟ ତାତି ଯୋଗୁଁ ସ୍କୁଲ ବନ୍ଦ ଥିଲା। ମୌସୁମୀ ଆସିବା ଓ ତାପମାତ୍ରା କମିବାରୁ ସରକାର ଜୁନ୍ ୧୮ରେ ସ୍କୁଲ ଖୋଲିବାକୁ ଘୋଷଣା କରିଥିଲେ। ସ୍କୁଲ ଖୋଲିବାର ପ୍ରଥମ ଦିନରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଆଦେଶ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀମାନେ ବିଭିନ୍ନ ବ୍ଲକର ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ମଧ୍ୟାହ୍ନ ଭୋଜନ, ପାଠ୍ୟପୁସ୍ତକ ବଣ୍ଟନ ଓ ଶିକ୍ଷକ ଉପସ୍ଥିତି ଅନୁଧ୍ୟାନ କରିଥିଲେ। ଜିଲ୍ଲା ପ୍ରଶାସନର ନିର୍ଦେଶରେ ଛୁଟି ସମୟରେ ସମସ୍ତ ସ୍କୁଲରେ ବ୍ୟାପକ ସଫେଇ ଅଭିଯାନ କରାଯାଇଥିଲା ଯଥା ଶ୍ରେଣୀଗୃହ, ବେଞ୍ଚ-ଡେସ୍କ ଓ ଶୌଚାଳୟ ଧୁଆ, ପାନୀୟ ଜଳ ଟାଙ୍କି ଖାଲି କରି ବିଶୋଧନ, ସ୍କୁଲ ପରିସରରୁ ଅନାବନା ଘାସ, ପଲିଥିନ୍ ସଫା ଓ ନାଳୀ ଜାମ୍ ଖୋଲା , ମଧ୍ୟାହ୍ନ ଭୋଜନ ଘର ଓ ବାସନକୁସନ ସମ୍ପୂର୍ଣ୍ଣ ସଫା କରିବା।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0