ମାଲକାନଗିରି ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ସଦସ୍ୟ ମାନଙ୍କ ଦ୍ୱାରା ନୂତନ ଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧନା
ମାଲକାନଗିରି (୧୩/୦୩)ପ୍ରତୀକ ସମାଚାର -ମାଲକାନଗିରି ୟୁନିୟନ ଅଫ୍ ଜର୍ଣଲିଷ୍ଟସର ସଭାପତି ଦେବ ପ୍ରସାଦ ଦାସଙ୍କ ନେତୃତ୍ୱରେ ସଂଘର ବିଭିନ୍ନ କର୍ମକର୍ତ୍ତା ଯଥା - ଉପ ସଭାପତି ସତ୍ୟନାରାୟଣ ପଣ୍ଡା,ସହ ସମ୍ପାଦକ ଅସୀମ ବିଶ୍ୱାସ, ବ୍ଲକ ସଭାପତି ଶିବ ପ୍ରସାଦ କୀର୍ତ୍ତନିୟା ଅନ୍ୟାନ୍ୟ କର୍ମକର୍ତ୍ତା ତଥା ସାମ୍ବାଦିକ ସଦସ୍ୟ ଯଥାକ୍ରମେ ଏ ଈଶ୍ୱର ରାଓ, କୃଷ୍ଣପଦ ରାୟ,ମନୋଜ ପାଙ୍ଗି, ଶିବଦତ୍ତ ସାହୁ,ମାନସ ରଞ୍ଜନ ନେତମ ଜିଲ୍ଲାର ନୁଆ ଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇବା ସଙ୍ଗେ ସଙ୍ଗେ, ନବ ନିଯୁକ୍ତ ଜିଲ୍ଲା ପାଳଙ୍କ ସହିତ ଏ ଜିଲ୍ଲାର ବିଭିନ୍ନ ସମସ୍ୟା ଯଥା - ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତାଘାଟ ଓ ଗମନାଗମନ,ଟ୍ଯୁରିଜମର ବିକାଶ,ଶିଳ୍ପ ପ୍ରତିଷ୍ଠା,କୃଷି ଓ ଉଦ୍ୟାନ ର ଉନ୍ନତି, ରେଳପଥ ଓ ବିମାନ ବନ୍ଦର କାମ ଶୀଘ୍ର ସାରିବା, ଜଙ୍ଗଲ ର ସୁରକ୍ଷା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା। ସାମ୍ବାଦିକ ମାନଙ୍କ ସହିତ ମାଲକାନଗିରି ଜିଲ୍ଲାର ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ଲକ୍ଷ୍ମୀ ମାଝୀ ମଧ୍ୟ ଉପସ୍ଥିତ ଥିଲେ।ଜିଲ୍ଲାପାଳ ମହୋଦୟ ଅତିଶୀଘ୍ର ଏହି ସମସ୍ୟା ଗୁଡ଼ିକର ସମାଧାନ ପାଇଁ ବିଭିନ୍ନ ବିଭାଗ ସହିତ ପରାମର୍ଶ କରି, ଉଚିତ ପଦକ୍ଷେପ ନେବେ ବୋଲି ଆଶ୍ଵାସନା ଦେଇଛନ୍ତି। ଏତଦବ୍ୟତୀତ ଏ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ନିମନ୍ତେ ମାଲକାନଗିରିରେ କର୍ମରତ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମିଡିଆର ସମସ୍ତ ସାମ୍ବାଦିକ ମାନଙ୍କ ସହଯୋଗ ଲୋଡିଛନ୍ତି।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0