କାଲିମେଳା ଥାନା ପକ୍ଷରୁ ଭେଙ୍କଟପାଲମ ପଞ୍ଚାୟତ ଅଂଚଳ ରେ ଗୁଣିଗାରେଡି ର ଅନ୍ଧ ବିଶ୍ୱାସ କୁ ପ୍ରତିରୋଧ କରିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ମାଲକାନଗିରି (୦୪/୦୬)ପ୍ରତୀକ ସମାଚାର -ଆଜି ଭେଙ୍କେଟପାଲମ ପଞ୍ଚାୟତ ଅନ୍ତର୍ଗତ ମାଙ୍ଗୀପାଲି ଏବଂ ଭେଙ୍କଟ ପାଲମ ଗ୍ରାମରେ କାଲିମେଳା ପୋଲିସ ପକ୍ଷରୁ ଗୁଣି ଗାରେଡି ପ୍ରତି ଅନ୍ଧ ବିଶ୍ୱାସ ର ବଶବର୍ତ୍ତୀ ନ ହେବାପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ମଞ୍ଚା ସୀନ ଅତିଥି ଭାବେ ମାଲକାନଗିରି ର ଉପଖଣ୍ଡ ପୋଲିସ ଅଧିକାରୀ ଦିବ୍ୟ ରଞ୍ଜନ ଦଳେଇ, କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, କାଲିମେଳା ତହସିଲଦାର ଡ. ରାମକୃଷ୍ଣ ସତ୍ୟରାଜ ଗୁରୁ, ତହସିଲ ସୁପେରଭାଇଜର ଚିନା ରାଓ,କାଲିମେଳା ଅଂଚଳ ର ରାଜସ୍ବ ନିରୀକ୍ଷକ, ଗ୍ରାମର ମୁଖିଆ,ଗ୍ରାମ କମିଟି, ଗ୍ରାମର ଅଧିବାସୀ ପ୍ରମୁଖ ଉପସ୍ଥିତ ଥିଲେ | ସମସ୍ତ ମଞ୍ଚାସିନ ଅତିଥି ମାନେ ଗୁଣି ଗାରେଡି ପ୍ରତି ଅନ୍ଧବିଶ୍ୱାସ ନ କରିବା ପାଇଁ ଗ୍ରାମ ବାସୀ ଙ୍କୁ ସଚେତନତା କରାଇ ଥିଲେ

Jun 4, 2026 - 22:03
 0  39
କାଲିମେଳା ଥାନା ପକ୍ଷରୁ ଭେଙ୍କଟପାଲମ ପଞ୍ଚାୟତ ଅଂଚଳ ରେ ଗୁଣିଗାରେଡି ର ଅନ୍ଧ ବିଶ୍ୱାସ କୁ ପ୍ରତିରୋଧ କରିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0