କାଲିମେଳାରେ ପାଳନ ହେଲା ବିଶ୍ବ ମୂଳ ନିବାସୀ ଦିବସ।
ମାଲକାନଗିରି (୦୯/୦୮)ପ୍ରତୀକ ସମାଚାର -ଆଜି ଅଗଷ୍ଟ ୯ ବିଶ୍ଵ ମୂଳ ନିବାସୀ ଦିବସ କାଲିମେଳାରେ ପାଳନ କରାଯାଉଛି। ଏଥରେ ମୋଟୁ, ପଡିଆ,ଏମଭି–୭୯, କାଲିମେଳା ଅଞ୍ଚଳର ବିଭିନ୍ନ ବର୍ଗର ମୂଳ ନିବାସୀମାନେ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପ୍ରାୟ ୧ ହଜାର ରୁ ଉର୍ଦ୍ଧ ମହିଳା ଓ ପୁରୁଷ ସାମିଲ ହୋଇ ମୂଳ ନିବାସୀ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଏହି ପ୍ରରିପ୍ରେକ୍ଷୀରେ କାଲିମେଳା ପଞ୍ଚାୟତ ଅଧୀନ ବଦୁଗୁଡା ଗ୍ରାମ ରୁ ମଟରସାଇକେଲ ଏବଂ ପଦଯାତ୍ରା କରି ହାତ ରେ ଜୟ ଭୀମ ଲେଖା ହୋଇଥିବା ପତାକା ଧରି ଆଦିବାସୀ ପାରମ୍ପରିକ ବାଦ୍ୟ ଯନ୍ତ୍ର ବଜାଇ ଶୋଭାଯାତ୍ରା କରି କାଲିମେଳା ସଦର ରେ ପହଂଚି ସଭା ମାଧ୍ୟମରେ ଅଗଷ୍ଟ ୯ ବିଶ୍ଵ ମୂଳ ନିବାସୀ ଦିବସର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ବିଷୟରେ ଚର୍ଚ୍ଚା କରିଥିଲେ ଏବଂ ବିଭିନ୍ନ ସ୍ଥାନୀୟ ୨୪ ଖଣ୍ଡ ଗ୍ରାମ ପକ୍ଷରୁ ପାଳନ କରିଥିଲେ । ସେହିପରି ଜିଲ୍ଲା ସଦରରେ ଆଦିବାସୀ ମହାସଂଘ ପକ୍ଷରୁ ୧୫ ଗୋଟିଆଦିମ ଜନଜାତି, ସେମାନଙ୍କ ପାରମ୍ପରିକ ବେଶଭୂଷା, ଅସ୍ତ୍ରଶସ୍ତ୍ର(ଧନୁ, ତୀର, ଟାଙ୍ଗିଆ ଆଦି)ରେ ସଜ୍ଜିତ ହୋଇ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଏକତ୍ରିତ ହୋଇ କାଲିମେଳା ଆର.ଏମ.ସି ଗୋଦାମ ପରିସର ରେ ପାରମ୍ପରିକ ନାଚ, ଗୀତରେ ଶୋଭାଯାତ୍ରା କରି କାଲିମେଳା ଅଗ୍ନିଶମ ବିଭାଗ ସମ୍ମୁଖ ଆର ଏମ ସି ଗଦାମ ପରିସରରେ ଏକ ବିଶାଳ ସଭାକାର୍ଯ୍ୟ ଆୟୋଜନ କରାଯାଇଥିଲା ଏବଂ ଏ ନେଇ ଆୟୋଜିତ ସଭା କାର୍ଯ୍ୟ ସ୍ଥଳରେ
ସଭାପରେ ବିଭିନ୍ନ ସାଂସ୍କୃତିକକାର୍ଯ୍ୟକ୍ରମ କରାଯାଇଥିଲା|
ସାମ୍ବିଧାନିକ ସମସ୍ୟା ସମ୍ପର୍କରେ ସରକାରଙ୍କୁ ଲିଖିତରେ ପାଇବାକୁ ଲୋକ କବିତା ଅବଗତ କରାଯିବ ବୋଲି କୁହାଯାଇଛି । ଚଳିତ ଅଗଷ୍ଟ ୯ ତାରିଖ ରେ ଆଜି ଜିଲ୍ଲା ମାଲକାନଗିରି ସଦର
ଏବଂ କାଲିମେଳା ସଦରରେ ଏହି ଦିବସ ଧୁମଧାମରେପାଳନ କରାଯାଉଛି । କାଲିମେଳାରେ ଜିଲ୍ଲା
ମୂଳ ନିବାସୀ ସଂଘ ମିଳିତ କ୍ରିୟାନୁଷ୍ଟାନ କମିଟି ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯିବ। ଭାଷା,ସଂସ୍କୃତି, ପରମ୍ପରା, ପୂଜା ପଦ୍ଧତି ଆଦିର
ସୁରକ୍ଷା ଓ ବଜାୟ ରଖିବାକୁ ସଚେତନତା ସୃଷ୍ଟି କରାଯିବ ବୋଲି ଜଣାପଡିଛି। ଅପରପକ୍ଷରେ ଅଗଷ୍ଟ ୯କୁ କେତେକସାମାଜିକ ସଂଗଠନ ବିଶ୍ଵ ମୂଳ ନିବାସୀ ଦିବସଏବଂ ଆଉ କେତେକ ସାମାଜିକ ସଂଗଠନ ବିଶ୍ଵ ଆଦିବାସୀ ଦିବସ ନାଁରେ ପାଳନ କରୁଥିବା ଦେଖିବାକୁ ମିଳିଛି ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0